ଯାଜପୁର, ୨୩/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦୀପୁର ପଞ୍ଚାୟତସ୍ଥିତ ବାବଲପୁରସ୍ଥ ସାର୍ବଜନୀନ ଶାରଦୀୟ ଦୂର୍ଗାପୂଜା ୩୬ତମ ବର୍ଷରେ ପଦାର୍ପଣ କରିଛି।କୋଭିଡ ନିୟମାନୁଯାୟୀ ସାଧାରଣରେ ସାମାଜିକ ଦୂରତା ରକ୍ଷା ସହ ଏହିପୂଜା ପାଳନ କରାଯାଉଥିବାର ଦେଖିବାକୁ ମିଳିଛି।ଷଷ୍ଠୀ କଳ୍ପେ ବିଲ୍ଵଅଧିବାସ ସହ ଜଗଦମ୍ବା ଦୂର୍ଗା ଆଜି ସପ୍ତମୀ ବିହିତ ପୂଜା ପାଉଛନ୍ତି ।ପ୍ରାତଃ କାଳୀନ ଜଳଯାଗ ଯାତ୍ରା,ଵୋଧିନି କଳ୍ପ ପୂଜା,ଅଷ୍ଟ କୁମ୍ଭା ସ୍ବାନ,ସୂର୍ଯ୍ୟ ପୂଜା,ଗୁରୁ ଗୋବିନ୍ଦ ପୂଜନ,ଦେବୀ ଉପଚାର ପୂଜନ,ଚଣ୍ଡୀ ପାଠ,କୁଶାଣ୍ଡି କର୍ମ ଆଦି ଶୃଙ୍ଖଳାର ସହ ସମ୍ପାଦିତ ହୋଇଯାଇଅଛି।କର୍ତ୍ତା ଭାବେ ବୈଷ୍ଣବ ସେବକ କ୍ଷୀରୋଦ ଚନ୍ଦ୍ର ଦାସ,ପୂର୍ଣ ଚନ୍ଦ୍ର ଦାସ,ପୂଜକ ଶ୍ରୀ ଗଣେଶ ଚନ୍ଦ୍ର ପାଠୀ,ଦିବାକର ପାଠୀ,ରବିନାରାୟଣ ପଣ୍ଡା,କର୍ମକର୍ତ୍ତା ଭାବେ ବୈଷ୍ଣବ ସେବାଧିକାରୀ ଦୀନଦୟାଲ ଦାଶ,କିଶୋର ଚନ୍ଦ୍ର ଦାସ,ପଞ୍ଚାନନ ବେହେରା, ରବିନାରାୟଣ ସାହୁ ଆଦି ଏହି କାର୍ଯ୍ୟକ୍ରମରେ ସହାୟତା କରୁଥିବାର ଜଣାଯାଇଛି।