ବ୍ରହ୍ମପୁର, ୨୩/୧୦/୨୦୨୦(ବ୍ୟରୋ ରିପୋର୍ଟ) ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ହେଉଛି ଏକ ଅନ୍ତର୍ଜାତୀୟ ଭାଷା ସାହିତ୍ୟ ପ୍ରତିଷ୍ଠାନ,ଯାହାକି ବିଶ୍ଵର ଶତାଧିକ ରାଷ୍ଟ୍ର ସହିତ ସଂଯୁକ୍ତ ରହି ପ୍ରତି ବର୍ଷ ବାର୍ଷିକ କାର୍ଯ୍ୟକ୍ରମର ଆୟୋଜନ କରି ଯୁବ ତଥା ବିଭିନ୍ନ ବର୍ଗର କବି,ଗାଳ୍ପିକ,ଲେଖକ,ଲେଖିକା ଗୀତିକାର ଏବଂ କ୍ରୀଡାବିତ ମାନଙ୍କୁ ବିଭିନ୍ନ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରିଥାଏ।
ଚଳିତ ବର୍ଷ କରୋନା ମହାମାରୀ ହେତୁ ଅନୁଷ୍ଠାନ ପକ୍ଷରୁ ଅନଲାଇନ ମାଧ୍ୟମରେ ବିଶ୍ଵର ପଚିଶ(୨୫) ଗୋଟି ରାଷ୍ଟ୍ରରେ ଥିବା ୧୦୦ ଜଣ କବି, ଲେଖକ,ଗାଳ୍ପିକ,ଗୀତିକାର ତଥା କ୍ରୀଡାବିତ ମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ତାଲିକାରେ ଗଞ୍ଜାମ ଜିଲ୍ଲା,ଚିକିଟି ବ୍ଲକ ଅନ୍ତର୍ଗତ ସୁରଳା ଗ୍ରାମର(ବଡ଼ ସାହି) ସ୍ବର୍ଗତ ଲକ୍ଷ୍ମୀନାରାୟଣ ବେହେରାଙ୍କ ଦ୍ଵିତୀୟ ପୁତ୍ର ଶ୍ରୀ ଡମ୍ବରୁଧର ବେହେରା ଉକ୍ତ ସମ୍ମାନରେ ସମ୍ମାନିତ ହୋଇ ଆମ ଜିଲ୍ଲା ଗଞ୍ଜାମ ପାଇଁ ଗର୍ବ ଗୌରବ ଆଣିଛନ୍ତି।
ଏହି ଅବସରରେ ଶ୍ରୀଯୁକ୍ତ ଡମ୍ବରୁଧର ବେହେରା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଦାଶ,ମୁଖ୍ୟ ଉପଦେଷ୍ଟା ଶ୍ରୀ ରୋହିଣୀ କୁମାର ବେହେରା,ପ୍ରତିଷ୍ଠାତା ଓ ସମ୍ପାଦକ ଶ୍ରୀମାନ ମନୋଜ କୁମାର ପଣ୍ଡା ଏବଂ ସୌଜନ୍ୟ ସମ୍ପାଦକ ଦୀପକ କୁମାର ସ୍ୱାଇଁଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛନ୍ତି ।
ଶ୍ରୀମାନ ବେହେରାଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା କାର୍ଯ୍ୟକ୍ରମର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀମାନ ମନୋଜ କୁମାର ପଣ୍ଡା ମତପୋଷଣ କରିଛନ୍ତି।
ଏଥିପାଇଁ ତାଙ୍କୁ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟୁଥିବବେଳେ ରାଜ୍ୟର ପ୍ରତିଷ୍ଠିତ କବି ଓ ସାହିତ୍ୟକ ମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସଂପ୍ରତି ଶ୍ରୀ ବେହେରା କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଜିଲ୍ଲା ଗଜପତି,ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷକ ଭାବେ କାର୍ଯ୍ୟରତ।
ସମଗ୍ର ବିଶ୍ବ ସାହିତ୍ୟ ତାଲିକାରେ ୩୦ତମ ସ୍ଥାନ ଅଧିକାର କରି ଆନ୍ତର୍ଜାତିକ ଏକଲେନ୍ସ ଆୱାର୍ଡ଼ ୨୦୨୦ (ଉତ୍କୃଷ୍ଟ ଅନ୍ତର୍ଜାତୀୟ ସାହିତ୍ୟ ସମ୍ମାନ)ପାଇବା ସହିତ ଆନ୍ତର୍ଜାତୀୟ ସାରସ୍ଵତ କ୍ଷେତ୍ରରେ ଏକ ନୂତନ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଛନ୍ତି।