ବ୍ରହ୍ମପୁର, ୨୪/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ଛତ୍ରପୁର ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ହାଇସ୍କୁଲର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ତଥା ଓଷ୍ଟା-ଗଂଜାମର ଅନ୍ୟତମ ବରିଷ୍ଠ ନେତା ଲମ୍ବୋଦର ପାଣିଗ୍ରାହୀ (୬୮)ଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଆଜି ୨୪ ତାରିଖ ଭୋର ୪ଟା ବେଳେ ଦେହାନ୍ତ ହୋଇ ଯାଇଛି ।ସ୍ବର୍ଗତ ପାଣିଗ୍ରାହୀ ଜଣେ ଆଦର୍ଶ ଶିକ୍ଷକ, ସୁସଂଗଠକ ତଥା ପରୋପକାରୀ ରୂପେ ନରେନ୍ଦ୍ରପୁର ପୁର ଅଞ୍ଚଳରେ ଲୋକ ପ୍ରିୟଥିଲେ ।ଦୀର୍ଘ ଦିନଧରି ସେ ଚିକିତ୍ସିତ ହେଉଥିଲେ ।ତାଙ୍କର ଦେହାନ୍ତରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।ଓଷ୍ଟା-ଗଞ୍ଜାମର ପୂର୍ବତନ ସଂପାଦକ କାମରାଜୁ ମହାରଣା ଏକ ଶୋକ ବାର୍ତ୍ତା ରେ ପ୍ରକାଶ କରିଛନ୍ତି ଯେ ସ୍ବର୍ଗତ ପାଣିଗ୍ରାହୀଙ୍କ ବିୟୋଗରେ ଗଂଜାମ ଶିକ୍ଷକ ସଂଗଠନରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି ।ଜଣେ ସ୍ପଷ୍ଟ ବାଦୀ ଶିକ୍ଷକ ନେତା ଭାବରେ ସେ ପରିଚିତ ଥିଲେ ।ତାଙ୍କର ବିୟୋଗରେ ଗଞ୍ଜାମ-ଓଷ୍ଟା-ଗଞ୍ଜାମର ପୂର୍ବତନ ସଭାପତି ତଥା ଅବସରପ୍ରାପ୍ତ ଡି ଆଇ ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀ ନାରାୟଣ ଶତପଥୀ, କୋରା ମହାରଣା, ମୃତ୍ୟୁଞ୍ଜୟ ତ୍ରିପାଠୀ, କୋରେଶ ଚନ୍ଦ୍ର ଶତପଥୀ, ବିପ୍ରଚରଣ ଚୌଧୁରୀ, କୃଷ୍ଣ ଚନ୍ଦ୍ର ପାଢୀ, ପ୍ରଫୁଲ କୁମାର ସାହୁ,ନୀଳାମ୍ବର ପଟ୍ଟନାୟକ, ଯୁଧିଷ୍ଠିର ପାଢୀ, କୈଳାଶ ବେହେରା, ବିପିନ କୁମାର ସାହୁ ,ବିଜୟ ଚନ୍ଦ୍ର ମହାରଣା, ଅଶୋକ କୁମାର ଦଳାଇ, ରାମଚନ୍ଦ୍ର ପୋଲାଇ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ଓ ସ୍ବର୍ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି ।ଅନୁରୂପ ଭାବେ ବ୍ରହ୍ମପୁର ସିଟି ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ଅରୁଣ ଚାନ୍ଦ ଦାଶ ମଧ୍ୟ ଶୋକ ପ୍ରକାଶ କରି ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।