ବିଧାୟକଙ୍କ ଦ୍ଵାରା ବସ୍ତି ବାସିନ୍ଦାଙ୍କୁ ଜମି ସତ୍ତ୍ଵାଧିକାର ପ୍ରମାଣ ପତ୍ର ପ୍ରଦାନ।

0
189

ବୁଗୁଡା,୨୪/୧୦/୨୦୨୦ : ଓଡ଼ିଶା ସରକାରଙ୍କ ବସ୍ତିକୁ ବାସପୋଯୋଗୀ ବସତିରେ ପରିଣତ କରିବାକୁ ପ୍ରୟାସ ପ୍ରକାରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ବସ୍ତି ବାସିନ୍ଦାଙ୍କୁ ଜମି ସତ୍ତ୍ଵାଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏଥିପାଇଁ ଅକ୍ଟୋବର ୨୪ ତାରିଖ ଦିନ ବୁଗୁଡା ଏନଏସି କଲ୍ୟାଣୀ ମଣ୍ଡପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବୁଗୁଡା ବସ୍ତି ଅଞ୍ଚଳରେ ଥିବା ୩୧ ଗୋଟି ପରିବାରକୁ ଜମି ସତ୍ତ୍ଵାଧିକାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଓ ସମାଜସେବୀ ରାଜେନ୍ଦ୍ର କୁମାର ପାଢୀ ଉପସ୍ଥିତ ଥିଲେ। ବସ୍ତି ବାସିନ୍ଦାଙ୍କୁ ସତ୍ତ୍ଵାଧିକାର ପ୍ରମାଣ ପତ୍ର ମିଳିବା ଦ୍ୱାରା ସେମାନେ ବିଭିନ୍ନ ସରକାରୀ ଯୋଜନାର ସୁଫଳ ପାଇପାରିବେ। ବୁଗୁଡା ଏନଏସିର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here