ହୃଦରୋଗରେ ପୀଡିତ ସପ୍ତମ ଶ୍ରେଣୀର ଛାତ୍ର, ସହାୟତା ପାଇଁ ନିବେଦନ

0
195

ବ୍ରହ୍ମପୁର, ୨୫/୧୦/୨୦୨୦ ( ଟୁକୁନା ପ୍ରଧାନ) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ଭାଲ୍ୟାଝର ଗାଁର ପଞ୍ଜାବୀ ସାହି ମାନସ ସାହୁଙ୍କ ପୁଅ ଅଜୟ ସାହୁ ହୃଦରୋଗରେ ପୀଡିତ ଅଛନ୍ତି । ସପ୍ତମ ଶ୍ରେଣୀରେ ପଢୁଥିବା ଅଜୟ ଦୁଇ ବର୍ଷରୁ ଅଧିକ ସମୟ ହେବ ହୃଦରୋଗରେ ପୀଡିତ ଅଛନ୍ତି । ପ୍ରଥମେ ବ୍ରହ୍ମପୁର, ପରେ ପୁଟପର୍ତି ଓ ତା ପରେ ଭୁବନେଶ୍ୱର ଭଳି ବହୁ ସ୍ଥାନରେ ଦେଖାଇ ଦେଖାଇ ବାପା-ମାଆଙ୍କ ଯେପରି ଉପାୟ ଶୁନ୍ୟ ହୋଇଯାଇଛନ୍ତି । ଆର୍ଥିକ ସମ୍ବଳ ଅଭାବରୁ ପୁଅର ଚିକିତ୍ସା କରିପାରୁ ନାହାନ୍ତିି ବାପା ମାଆ । ସେମାନେ ସରକାରଙ୍କ ସାହାର୍ଯ୍ୟ ପାଇଁ ସହାୟତା ଲୋଡିଛନ୍ତି । ସତେ ଯେମିତି ଦୁଃଖ ଉପରେ ଦୁଃଖର ପାହାଡ ଲଦି ହୋଇଯାଇଛି ପରିବାର ଉପରେ । ଗୋଟିଏ ପଟେ ଅଜୟର ହୃଦରୋଗ ପାଇଁ ଚିନ୍ତା ବଢୁଥିବା ବେଳେ ସେପଟେ ଅଜୟଙ୍କ ବାପା ତଥା ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ମାନସ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । କାମକୁ ଯିବା ସମୟରେ ଆଖି ଉପରେ ଆଘାତ ହୋଇଯିବାରୁ ସେ କାମ କରିବା ପାଇଁ ମଧ୍ୟ ଏବେ ଯାଇପାରୁ ନାହାନ୍ତି । ମାନସଙ୍କ ସାନ ପୁଅ ମଧ୍ୟ ମାନସିକ ବିକାରଗ୍ରସ୍ତ । ପାଖରେ ଥିବା ସବୁ ଅର୍ଥ ସରିଗଲା ଚିକିତ୍ସାରେ । ଏ ପରିବାର ସର୍ବସ୍ୱାନ୍ତ ହୋଇ ହୋଇ ଅସହାୟ ହୋଇପଡିଛନ୍ତି । ସହାୟତା ଛଡା ଅନ୍ୟ କିଛି ଉପାୟ ନାହିଁ ତାଙ୍କ ପାଖରେ ।ଏ ଦିଗରେ ପ୍ରଶାସନ ଏବଂ ସହୃଦୟବାନ ବ୍ୟକ୍ତି ବିଶେଷ ସହାୟତା ହାତ ବଢ଼ାଇବା ସହ ଦୃଷ୍ଟି ଦେବା ପାଇଁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here