ବ୍ରହ୍ମପୁର, ୨୫/୧୦/୨୦୨୦ ( ଟୁକୁନା ପ୍ରଧାନ) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସମ୍ବାଦ ସାହିତ୍ୟ ଘର ପୂର୍ବତନ ସଭାପତି, ଖଲ୍ଲିକୋଟ, ବିରୁଳି, ବାଣପୁର ତାଳୁକା ବାଣାୟତ ଓଡ଼ିଆ ସମାଜ ସଭାପତି, ଶିକ୍ଷକ ସଂଘ ପୂର୍ବତନ ସଭାପତି ତଥା ଜଣେ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଏକ ସ୍ମୃତି ସଭା ସୁମଣ୍ଡଳ ସ୍ଥିତ ଭାଲିଆଝର ବାସଭବନ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର ଓ ଦେବେନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଆଇନଜୀବୀ ଉଦୟ ନାଥ ପ୍ରଧାନ, ଯୁବ ନେତା ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ ବି ଜେ ପି ନେତା ବିଭୁତି ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ଗୌର କିଶୋର ମହାରଣା, ରଙ୍କନାଥ ସ୍ୱାଇଁ, ଆର. ରଘୁନାଥ ଦୋରା, ପ୍ରମୋଦ କୁମାର ପଣ୍ଡା,ନାରାୟଣ ଭୂୟାଁ, ପ୍ରଭାତ କୁମାର ମିଶ୍ର, କୃଷ୍ଣ ଚନ୍ଦ୍ର ଦୋରା , ରବୀନ୍ଦ୍ର ନାଥ ମହାରଣା, ରବି ନାରାୟଣ ଶତପଥି, ମୁକୁନ୍ଦ ମାଧବ ସ୍ୱାଇଁ, ଶୁଭାକାନ୍ତ ଗୌଡ଼, ବିପ୍ର ଚରଣ ସାହୁ, ସୁଧାକର ପରିଡା, ବୁଲା ଜେନା, ପ୍ରକାଶ ଚନ୍ଦ୍ର ପାଣ୍ଡୀ, ମହେନ୍ଦ୍ର କୁମାର ଗୌଡ଼, ଖଲ୍ଲିକୋଟ ବ୍ଲକ ପୂର୍ବତନ ନଗର ପାଳ ରାମମୋହନ ପଣ୍ଡା, ବରିଷ୍ଠ ଆଇନଜିବୀ ଚକ୍ରପାଣି ସ୍ୱାଇଁ, ଗନ୍ଧର୍ବ ପ୍ରଧାନ, ଦେବରାଜ ସାହୁ, ପ୍ରଭାତ କୁମାର ମିଶ୍ର, ଗୋପବନ୍ଧୁ ସାହୁ, ବିଜୟ କୁମାର ନାୟକଙ୍କ ସମେତବିଭିନ୍ନ ସଂଗଠନର ବହୁ ବ୍ୟକ୍ତି ଯୋଗ ଦେଇ ତାଙ୍କର ସ୍ମୃତି ଚlରଣ କରିଥିଲେ l ଶେଷରେ ଦେବେନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l