ବ୍ରହ୍ମପୁର, ୨୮/୧୦/୨୦୨୦: କରୋନା କଟକଣାର ଅସ୍ବାଭାବିକ ଜଟିଳ ସ୍ଥିତିରେ ଗତି କରୁଥିବା ସାମାଜିକ ବ୍ୟବସ୍ଥା ଯୋଗୁଁ ନିଜ କାର୍ଯ୍ୟକ୍ରମରେ ଶିଥିଳତାରେ ଥିବା ସାନଖେମୁଣ୍ଡି ସାହିତ୍ୟ ସଂସଦ ସମ୍ପ୍ରତି ନିଜ ମାସିକ ସାହିତ୍ୟ ପରିଚର୍ଚ୍ଚାକୁ ଆରମ୍ଭ କରିଅଛି । ଓଡ଼ିଶାର ବିଶିଷ୍ଟ ସାହିତ୍ୟ ସାଧକଙ୍କ ମିଳିତ ସାନ୍ନିଧ୍ୟରେ ଦକ୍ଷିଣ ଓଡ଼ିଶା ସାରସ୍ଵତ ସମ୍ଭାରକୁ ମଧ୍ୟ ଆକୃଷ୍ଟ କରିଅଛି । କରୋନା ପରବର୍ତ୍ତୀ ପ୍ରଥମ ଅଧିବେଶନରେ ସାନଖେମୁଣ୍ଡିର ସ୍ୱର୍ଣିମ ଇତିହାସକୁ ଅବତାରଣା କରି ସ୍ଵର୍ଣ୍ଣ ଖେମୁଣ୍ଡିର ଭାବଧାରାକୁ ଓଡିଶାର ସାମାଜିକ , ସାହିତ୍ୟ , ସଂସ୍କୃତି ଓ ଇଂରେଜ ଶାସନର ଅଭ୍ୟୁଦୟ ସମୟରେ ଅଞ୍ଚଳ ଦୂର୍ଦ୍ଧଶ ଯୋଦ୍ଧାଙ୍କ ଯୁଦ୍ଧ ନିପୁଣତା , ତତ୍କାଳୀନ ସମୟର ସାମାଜିକ ସ୍ଥିତିରେ ସାନଖେମୁଣ୍ଡିର ମହାପ୍ରତାପି ରାଜବଂଶର ସାମ୍ରାଜ୍ୟ ରକ୍ଷାର ଅଭିନବ ପ୍ରୟାସ ସମ୍ପର୍କରେ ଡ , ଅନନ୍ତରାମ କର ( କୋଉଣ୍ଡିନ୍ୟ )ଙ୍କ ଦ୍ଵାରା ଆଲୋଚିତ କରାଯାଇ ଅପାସୋରା ତଥ୍ୟ ଆସରରେ ଉପସ୍ଥିତ ବିଜ୍ଞ ପାରିଷଦଙ୍କୂ ଆକର୍ଷିତ କରିଥିବା ବେଳେ ଚଳିତ ଆଲୋଚନାଚକ୍ରରେ ଆଜି ବୁଧବାର ଦିନ ଅନୁଷ୍ଟିତ ମାସିକ ସାହିତ୍ୟ ଆସରରେ ଦକ୍ଷିଣ ଓଡ଼ିଶାର ଆଦିବାସୀ ସଂସ୍କୃତିର ମହନୀୟତାକୁ ନେଇ ଏକ ଭାବୋଦ୍ଧିପକ ପରିକଳ୍ପନା ସୃଷ୍ଟି କରିଛି । ଯୁଗଯୁଗ ଧରି ଆଦିବାସୀଙ୍କ ପ୍ରବାହମାନ ଧାରାରେ ଆଦିମ ପରମ୍ପରା ଏକ ଭିନ୍ନ ସ୍ୱତନ୍ତ୍ରତାରେ ପରିପୂର୍ଣ କରି ଦକ୍ଷିଣ ଓଡିଶାର ଆଦିବାସୀ ସମ୍ପ୍ରଦାୟର ଭାଷା , ପ୍ରକୃତି ପୂଜା , ଜୀବନଚର୍ଯ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସର୍ବଦା ଗବେଷଣାସାପେକ୍ଷ ହେଉଥିବାରୁ ଉଜ୍ଜଳ ପରମ୍ପରାର ଗୌରବ ଗାଥାକୁ ବହନ କରୁଥିବା ଆଦିବାସୀ ସମାଜରେ ବିକାଶ ପହଞ୍ଚି ପାରିଲେ ଅନେକ ପ୍ରଥା ପରମ୍ପରା ମାନବ ସମାଜକୁ ଦିଗଦର୍ଶନ ର ମାର୍ଗ ଦେଖାଇବ ବୋଲି ଆଜି ସାନଖେମୁଣ୍ଡି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।
ସାଂସଦ ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସାହିତ୍ୟ ଆସରରେ ସମ୍ପାଦକ ଶିବରାମ ସାବତ ପ୍ରାରମ୍ଭିକ ସୂଚନା ସହ ଉପ ସଭାପତି ଶ୍ରୀ ବିନାୟକ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ରିଡ଼ର ଡ଼ଃ ପ୍ରକାଶଚନ୍ଦ୍ର ଦାଶ ଯୋଗ ଦେଇ ଉଦଘାଟନ କରିଥିଲେ ! “ଦକ୍ଷିଣ ଓଡିଶାର ଆଦିବାସୀ ସଂସ୍କୃତି” ଶୀର୍ଷକ ଆଲୋଚନାଚକ୍ରରେ କୋରାପୁଟ ଜିଲ୍ଲା କୁମ୍ଭାରୀପୁଟ ସରକାରୀ ବିଜ୍ଞାନ କଲେଜ ଅଧ୍ୟାପକ ଡ଼ଃ ସନ୍ତୋଷ କୁମାର ପୃଷ୍ଟି ମୁଖ୍ୟ ଆଲୋଚକ ଭାବେ ସନ୍ଦର୍ଭ ପାଠ କରିଥିଲେ ! ସମ୍ମାନିତ ଅତିଥି ଭାବେ ବିଜୟ କେତନ ସଂଘ ପ୍ରତିଷ୍ଠାତା , ବିଶିଷ୍ଟ ପ୍ରବଚକ ଶ୍ରୀ ବିଜୟ କୁମାର ପାଢ଼ୀ ଏବଂ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର ଯୋଗ ଦେଇ ଆଦିବାସୀ ସଂସ୍କୃତିର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଆସରରେ ଡ଼ଃ ପ୍ରକାଶଚନ୍ଦ୍ର ଦାଶଙ୍କ ଲିଖିତ “ମୁଁ ଚନ୍ଦ୍ରସେଣା କହୁଛି’ “, ଡ଼ା ପ୍ରଦୀପ୍ତଚନ୍ଦ୍ର ସିଂଙ୍କ ଲିଖିତ “ମୋହ ମୁଦ୍ଗର “ଓ “ସ୍ବଦେଶୀ ଆନ୍ଦୋଳନ ” ପୁସ୍ତିକାକୁ ଡ଼ଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅତିଥିମାନେ ଉନ୍ମୋଚନ କରିଥିଲେ ।ବିନାୟକ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଟିତ ଆସରର ଦ୍ଵିତୀୟ ଅଧିବେଶନରେ ଅତିଥିଭାବେ କବି ଶ୍ରୀ ଲକ୍ଷ୍ମୀ ନାରାୟଣ ପଟନାୟକ . କବି ପଦ୍ମଚରଣ ମେକାପ , ଡ଼ଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ସମ୍ପାଦକ ଶ୍ରୀ ଶିବରାମ ସାବତ , ସହ ସମ୍ପାଦକ ସୁରଭି ରାଣୀ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କବି ବୃନ୍ଦାବନ ବଦତ୍ୟା , ଏ ପ୍ରଶାନ୍ତ କୁମାର ଆଚାରି , ଅନାଦି ପାଣିଗ୍ରାହୀ , ଭାସ୍କର ରାଉତ , ରୋହିତ ଜେନା , ବେଣୁଧର ତ୍ରିପାଠୀଙ୍କ ସହିତ ଶିଶୁକବି ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ ।
ସନ୍ତୋଷ କୁମାର ଦାଶ ।