ବୁଗୁଡା,୦୧/୧୧/୨୦୨୦: ପବିତ୍ର କୁମାର ପୂର୍ଣ୍ଣମା ଉପଲକ୍ଷେ ଚିରିକିପଡାର ମାଁ ବ୍ୟାଘ୍ର ଦେବୀ ଯୁବ ସଂସଦ ପକ୍ଷରୁ ଓ ମାଣିତରାର ବଣିକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମ କୋଭିଡ ନିୟମ ପାଳନ ସହ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା କାର୍ଯ୍ୟକ୍ରମରେ ଚିରିକିପଡା ରେ କର୍ତ୍ତା ଭାବେ ବାଉରୀବନ୍ଧୁ ମହାରଣା ହୋମ କାର୍ଯ୍ୟରେ ନିୟୋଜିତ ହୋଇଥବା ବେଳେ ଗ୍ରାମର ଦୁଇ ପୁରୋହିତ ଖଲି ଚରଣ ରଥ ଓ ପ୍ରଦୀପ କୁମାର ରଥ ପୂଜା କାର୍ଯ୍ୟ ସମ୍ପାଦାନ କରିଥିଲେ। ଚିରିକିପଡା ଗ୍ରାମବାସୀ ଓ ଯୁବ ସଂସଦ ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ମାଣିତରା ଗ୍ରାମରେ ଅନୁଷ୍ଠିତ ମାଁ ଙ୍କ ପୂଜା କାର୍ଯ୍ୟରେ ହରେକୃଷ୍ଣ ପ୍ରଧାନ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୁରୋହିତ କୁମୁଦ ଚନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ମାଣିତରା ଗ୍ରାମବାସୀ ଓ ବଣିକ ସଂଘ ସଦସ୍ୟ ବୃନ୍ଦ ମାଁ ଙ୍କ ପୂଜା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା