ପୂର୍ବତନ ଶିକ୍ଷକ ଲୋକନାଥ ଦୋରାଙ୍କ ଦ୍ଵାଦଶାହରେ ସ୍ମୃତିଚାରଣ ସଭା ।

0
196

ବ୍ରହ୍ମପୁର,୦୨/୧୧/୨୦୨୦ : ଜନୈକ ମାନବବାଦୀ ଶିକ୍ଷକ ନିଜର କର୍ମମୟ ବେଉସାର କାର୍ଯ୍ୟଶୈଳୀ ଦ୍ୱାରା ଚିର ଅମର ରହିଥାନ୍ତି ! ସମାଜରେ ଶିକ୍ଷାର୍ଥୀଙ୍କ ଶିକ୍ଷାର ବିକାଶ ସହ ଭବିଷ୍ୟତର ମଣିଷକୁ ଶିକ୍ଷାର୍ଥୀଙ୍କ ଭାବଧାରାରେ ଚିହ୍ନିବା ହିଁ ଶିକ୍ଷକଙ୍କୁ ଅମର କରିଥାଏ ବୋଲି ମହାନଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ଖେମୁଣ୍ଡି ତାଳୁକା ତେଲେଗା ଦୋରା ସମାଜ ପୂର୍ବତନ ସଭାପତି କେ ଲୋକନାଥ ଦୋରାଙ୍କ ଦ୍ଵାଦଶାହ ସ୍ମୁତିଚାରଣ ସଭାରେ ବିଶିଷ୍ଟ ବକ୍ତା ମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ ଆଜି ମହାନାଳା ସ୍ଥିତ ଠାକୁରାଣୀ ମନ୍ଦିରପରିସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସୁନାମଧନ୍ୟ ଅବସରପ୍ରାପ୍ତ ଛାତ୍ର ବତ୍ସଳ ଶିକ୍ଷକ ଶ୍ରୀ ଗୋପାଳଚନ୍ଦ୍ର ସାବତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମୁତିସଭାରେ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଭାଗ ଅଧ୍ୟାପକ ଡ଼ଃ କୈଳାଶଚନ୍ଦ୍ର ସ୍ୱାଇଁ , ମୋହନା କଲେଜର ଓଡ଼ିଆ ଅଧ୍ୟାପକ ଡ଼ଃ ପ୍ରଣବାନନ୍ଦ ପାଟଜୋଷୀ . ଡ଼ଃ ଅନ୍ତର୍ଯ୍ୟାମୀ ଗୌଡ଼ , ଡ଼ଃ ଅନିଲ କୁମାର ତ୍ରିପାଠୀ , ମୀନକେତନ ମିଶ୍ର , ମୁଣ୍ଡମରାଇ ସୋମନାଥ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ରଞ୍ଜନ କୁମାର ପାଟଜୋଷୀ , ନିଖିଳ ଓଡିଶା ପି ଇ ଟି ସଂଘ ରାଜ୍ୟ ସଭାପତି ସଚ୍ଚିଦାନନ୍ଦ ଦାଶ , ବମକେଇ କଲେଜ କ୍ରୀଡା ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ , ବ୍ରାହ୍ମଣୀଗାଁ କଲେଜ କ୍ରୀଡ଼ା ଅଧ୍ୟାପକ ରବିନାରାୟଣ ପାଢ଼ୀ , ପୂର୍ବତନ ବ୍ଲକଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , ସିପିଆଇ ନେତା ଅନନ୍ତ ମହାଙ୍କୁଡ , ଅଶୋକ ବେହେରା , ଶିକ୍ଷକ ଆର ରଘୁନାଥ ଦୋରା , ମନମୋହନ ପାତ୍ର , ଗୋଦାବରୀ ମହାରଣା , କ୍ରୀଡା ଶିକ୍ଷକ ମାଧବ ଖୁଣ୍ଟିଆ , ଲକ୍ଷ୍ମଣ ସାହୁ , ପୂର୍ବତନ ସମିତିସଭ୍ୟ ମୁକୁନ୍ଦଚନ୍ଦ୍ର ବରାଡ଼ , କୈଳାଶ ଖୁଣ୍ଟିଆ , ଏମ୍ ଯୁଧିଷ୍ଟିର ରେଡ୍ଡୀ , ସାମ୍ବାଦିକ ଶ୍ରୀ ବିନାୟକ ଦାଶ ସମେତ ବହୁ ପୂର୍ବତନ ଛାତ୍ର ଉପସ୍ଥିତ ରହି ସ୍ବର୍ଗତ ଦୋରାଙ୍କ ସ୍ମୁତିଚାରଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here