୨୨୭ତମ ଦିବସରେ ପହଁଚିଲା ରିଲିଫ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ।

0
190

ଯାଜପୁର, ୦୪/୧୧/୨୦୨୦(ବ୍ୟୁରୋ ରିପୋର୍ଟ)
ସମ୍ପ୍ରତି ଭାରତବର୍ଷର ବିଭିନ୍ନ ସ୍ଥାନ ମାନଙ୍କରେ ମହାମାରୀ କରୋନା ବ୍ୟକ୍ତିର ଅର୍ଥନୈତିକ ଓ ସାମାଜିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବା ସହ ଆର୍ଥିକ ଅନଗ୍ରସର ବ୍ୟକ୍ତିମାନଙ୍କୁ ସହାୟତାର ହାତ ବଢ଼ାଇଦେବାର ଦୃଢ ପ୍ରତିଶ୍ରୁତି ନେଇ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ଆଜକୁ ଦୀର୍ଘ ୨୨୭ଦିନ ଧରି ଜାରି ରଖିଛି ତା’ର ପ୍ରଚେଷ୍ଟା।ମାର୍ଚ୍ଚ ୨୨ତାରିଖଠାରୁ ସମଗ୍ର ଦେଶ ନାକାବନ୍ଦୀ ଥିବାବେଳେ ଏହି ଅନୁଷ୍ଠାନ ପ୍ରଥମେ ଆଗେଇ ଆସିଥିଲା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସହାୟତା ଯୋଗାଇ ଦେବାପାଇଁ ଦେଶର ବିଭିନ୍ନ ଶାଖା କାର୍ଯ୍ୟାଳୟ ମାଧ୍ୟମରେ।ଆଜକୁ ଦୀର୍ଘ ୨୨୭ଦିନ ଧରି ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ ମାତୃ ପୂଜନ,ନଦୀ ନିରାଜନ,ବୃକ୍ଷ ରୋପଣ ଓ କରୋନା ସଚେତନତା ସହ ଆର୍ଥିକ ଅନଗ୍ରସର ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାକ୍ସ,ସାବୁନ,ସାନିଟାଇଜର, ବ୍ଲିଚିଂ,ଓ.ଆର.ଏସ ଆଦି ନିଜସ୍ଵ ପାଣ୍ଠିରୁ ବଣ୍ଟନ ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, କଳାକାର ଶଶୀକାନ୍ତ ପଣ୍ଡା,ସାମ୍ବାଦିକ ଜ୍ୟୋତିଶଙ୍କର ରାୟ,ଭଦ୍ରକ ଜିଲାର ଚୁନିଦାସ୍ଥିତ ପତଞ୍ଜଳି ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷକ କାହ୍ନୁ ଚରଣ ସାହୁ,ଭଦ୍ରକ ଜିଲ୍ଲାର ଯୁବସମାଜସେବୀ ପ୍ରବୀର ପରିଡା ଆଦି ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here