ଖାଲି ପଡିଲ୍ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପଦବୀ ।ଲବି ଦୌଡ଼ରେ ସାନଖେମୁଣ୍ଡି ଆଇ ସି ଡି ଏସ ର ପୂର୍ବତନ ଧୂର୍ତ୍ତା ସି ଡି ପି ଓ ।

0
188

ବ୍ରହ୍ମପୁର,୦୫/୧୧/୨୦୨୦:
ଜିଲ୍ଲାପାଳ ଗଞ୍ଜମଙ୍କ ଅଧୀନରେ ଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପଦବୀରେ ଥାଇ ଶ୍ରୀମତୀ ମନୋରମା ରେଡ୍ଡୀ ଅବସର ଗ୍ରହଣ କରିଥିବା ବେଳେ ସମ୍ପ୍ରତି ଖାଲି ପଡ଼ିଥିବା ଜଣାଯାଇଛି । ସାମାଜିକ ବିକାଶ ସହିତ ସରକାରଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବାରେ ସହାୟକ ହେଉଥିବା ଏହି ବିଭାଗର ଗଞ୍ଜାମ ଜିଲ୍ଲା ଅଧିକାରୀ ପଦବୀର ଗୁରୁତ୍ବ ବହନ କରୁଥିବାରୁ ଏହି ପଦବୀରେ ଅଧିଷ୍ଠିତ ହେବାକୁ ପ୍ରାୟ ଅଧିକାରୀ ଲାଳାୟିତ ରହୁଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ତିନୋଟି ସବ୍ ଡିଭିଜନ , ୨୨ ବ୍ଲକ୍ ଅଧୀନ ବିଶାଳ ଭୂଖଣ୍ଡରେ କାର୍ଯ୍ୟ କରୁଥିବା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପର ବଜେଟ ଆକଳନ ଓ ବିନିଯୋଗ ପ୍ରକ୍ରିୟାରେ ବିପୁଳ ଆର୍ଥିକ କାରବାରକୁ ନେଇ ଏହି ପଦବୀ ପାଇଁ ବହୁ ପ୍ରତ୍ୟାସି ଲବିରେ ରହିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ରହିଅଛି । ଏହି କ୍ରମରେ ଗଞ୍ଜାମ ଧରାକୋଟ ଏବଂ ସାନଖେମୁଣ୍ଡି ଆଇ ସି ଡି ଏସ ପ୍ରକଳ୍ପର ଜନୈକ ପୂର୍ବତନ୍ ଧୂର୍ତ୍ତା ସି ଡି ପି ଓ ନିଜ ପଦୋନ୍ନତି ପରେ ବାହାର ଜିଲ୍ଲାରେ ଥାଇ ଏହି ପଦବୀ ପାଇଁ ନିଜ କାରନାମା ଜାରି ରଖିଥିବା ଜଣା ଯାଇଅଛି । ଡି ଡି ପି ଓ ଭାବରେ ଜିଲ୍ଲାରେ କାର୍ଯ୍ୟରତ ଥାଇ ବହୁ ଅନୈତିକ କାର୍ଯ୍ୟ କରି ଅଭିନୟର ଯାଦୁ ଦେଖାଇ ପ୍ରକଳ୍ପ ସ୍ତରରୁ ବିପୁଳ ରୋକଡା ହାସଲ କରିଥିବା ଏହି କରିତ କର୍ମା ସାଙ୍ଘାତିକ ମହିଳା ଅଧିକାରୀ ପୁରୁଷଙ୍କ ସଂସ୍ପର୍ଶରେ ନ ରହି କାପୁରୁଷ ଗହଣରେ ବହୁ ଦୁର୍ନୀତି କରିଥିବା ନେଇ ଉଭୟ ବ୍ଲକରେ ଆଲୋଚିତ ହେଉଅଛି । ଏହି ମହିଳା ଅଧିକାରୀଙ୍କ ଦ୍ଵାରା ବହୁ ନିରୀହ କର୍ମୀ ଉତ୍ପିଡିତ ହେବା ସହ ବହୁ କର୍ମୀ କାର୍ଯ୍ୟନ୍ତର ହୋଇଥିବା ପ୍ରମାଣ ରହିଅଛି ।ସର୍ବଦା ନିଜର ହାର୍ଟ ବେମାରିକୁ ଆଳ କରି କାର୍ଯ୍ୟାଳୟକୁ ନ ଆସି ନିଜ ଚେଲା ଚାମୁଣ୍ଡା ଏବଂ ଅଞ୍ଚଳ ଦଲାଲ୍ , ମାଫିଆ ଓ ବଦମାସଙ୍କୁ ନେଇ କାର୍ଯ୍ୟଳୟ ପରିଚାଳନା କରି ବିଭିନ୍ନ ଢଙ୍ଗରେ ପ୍ରକଳ୍ପାକୁ ଲୁଟିବାରେ ସିଦ୍ଧହସ୍ତା ଏହି ଅଧିକାରୀଙ୍କ ଗଞ୍ଜାମ ଆଗମନର ଯୋଜନା କରୁଥିବା କିଛି ଲାଭଖୋର କୁଜି ନେତା ସଚିବାଳୟ ଏବଂ ଜିଲ୍ଲା ପ୍ରଶାସନିକ ନେତୃତ୍ୱଙ୍କ ନିକଟରେ ଲବି ଜୋରଦାର କରୁଥିବା ଦେଖିବାକୁ ମିଳୁଛି । ନିଜ ସି ଡି ପି ଓ କର୍ତ୍ତବ୍ୟ କାଳ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ ଖତ କରିସାରିଥିବା ଏହି ମର୍ମନ୍ତୁଦ ମହିଳା ଜିଲ୍ଲା ଅଧିକାରୀ ଭାବରେ ଲବିରେ ଥିବା ନେଇ ବହୁ ପ୍ରକଳ୍ପ ଅଧିକାରୀ ଆତଙ୍କିତ ହେଉଥିବା ବେଳେ ବିଭାଗରେ ମାଫିଆ ରାଜ ସହିତ ଜିଲ୍ଲା କାର୍ଯ୍ୟାଳୟର ସ୍ଥିତାବସ୍ଥା ନେଇ ସମ୍ପ୍ରତି ଚର୍ଚ୍ଚା ଜୋର ଧରିଛି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here