ଡେଲିଭରି ବୟ୍ କୁ ଛୁରୀ ଦେଖାଇ ମୋବାଇଲ୍ ଲୁଟ ଘଟଣା ରେ ତିନି ଯୁବକ ସମତେ ଦୁଇ ମୋବାଇଲ ସହ ବ୍ୟବହୃତ ଛୁରୀ ଜବତ, ପୋଲିସ୍ ଙ୍କୁ ସାଧୁବାଦ ଜଣାଇଥିଲେ ଡେଲିଭରି ବୟ୍

0
196

ବ୍ରହ୍ମପୁର,୦୫/୧୧/୨୦୨୦ ( ଟୁକୁନା ପ୍ରଧାନ) ଫ୍ଲିପକାର୍ଡ ଡେ଼ଲିଭରି ବୟ୍ ଙ୍କୁ ଛୁରୀ ଦେଖାଇ ମୋବାଇଲ ଲୁଟ୍ ଘଟଣା ରେ ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସ ତିନି ଜଣ ଆସାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି। ଗତ ୧୩ ତାରିଖ ଦିନ ବୁଗୁଡ଼ା ରୁ ପାର୍ସଲ ନେଇ କବିସୂର୍ଯ୍ୟନଗର ଆସୁଥିବା ସମୟ ରେ କରତାଳି ଗ୍ରାମ ନିକଟରେ ସ୍କୁଟି ରେ ତିନିଜଣ ଯୁବକ ଆସି ତାଙ୍କ ଜିନିଷ ଆସିଛି କହି ଅଟକାଇ ମାଡ଼ ମାରି ଛୁରୀ ଦେଖାଇ ୨ଟି ଦାମୀ ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କ ରେ ଫ୍ଲିପ କାର୍ଡ ବୟ୍ କାହ୍ନୁ ଚରଣ ସାହୁ କବିସୂର୍ଯ୍ୟନଗର ଥାନା ରେ ଏତଲା ଦେବା ପରେ ଗତ କାଲି ହିଣ୍ଡଳ ଗ୍ରାମର ରୁଦ୍ର ପଲେଇ, ପୂଜିତ ବିଷୋୟୀ, ଓ ଆଲୋକ ପଲେଇ ଙ୍କୁ ଗିରଫ କରି ତାଙ୍କ ଠାରୁ ଲୁଟ୍ ମୋବାଇଲ ସହ ଏକ ଛୁରୀ ଜବତ କରି ଥାନା କେସ୍ ନଂ ୨୮୩/୨୯ ପ୍ରକାରେ ୩ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଜିନିଷ ପାଇବା ପରେ ଅଭିଯୋଗ କାରୀ ଙ୍କ ପକ୍ଷରୁ କବିସୂର୍ଯ୍ୟନଗର ପୋଲିସ ଙ୍କୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here