ନୂତନ କୃଷି ଆଇନ କୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷ ରୁ ଆନ୍ଦୋଳନ

0
193

 

ବ୍ରହ୍ମପୁର,୦୫/୧୧/୨୦୨୦(ବ୍ୟୁରୋ ରିପୋର୍ଟ) କୃଷି ଏବଂ କୃଷକ ଧ୍ବଂସକାରି କୃଷି ଆଇନ -୨୦୨୦ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ, ନୂତନ ବିଦ୍ୟୁତ ଆଇନ ୨୦୨୦ରଦ୍ଦ କରିବା, ଘରୋଇ ମଣ୍ଡି ଆଇନ କୁ ରଦ୍ଦ କରି ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥା କୁ ସୁଦୃଢ କରିବା, ଡ଼ଃ ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP)ଧାର୍ଯ୍ୟ କରାଯିବା, ଆଳୁ, ପିଆଜ ସମେତ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଅସହାୟ ଦରବୃଦ୍ଧି ହ୍ରାସ କରିବା, ଭାଗଚାଷୀ ଙ୍କୁ ଚାଷୀ ର ମାନ୍ୟତା ଦେବା, ଚାଷୀ ର ଋଣ ଛାଡ କର ପ୍ରଭୃତି ଦାବିରେ ଆଜି ବ୍ରହ୍ମପୁର ସ୍ଥିତ ଇଞ୍ଜିନିୟରିଂ ସ୍କୁଲ ଛକ ଠାରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଶାନ୍ତିପୂର୍ଣ ଭାବରେ ରାସ୍ତା ରୋକ ଆନ୍ଦୋଳନ ସଂଗଠିତ ହୋଇଥିଲା। ପ୍ରାୟ ଏକ ଘଣ୍ଟା ଧରି ଜାତୀୟ ରାଜପଥ କୁ କୃଷକ ମାନେ ଅବରୋଧ କରି ବସି ରହିବା ଯୋଗୁଁ ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଘଟଣାସ୍ଥଳରୁ ଆନ୍ଦୋଳନ କାରୀଙ୍କୁ ଗିରଫ କରିଥିଲା। କୃଷି ସମେତ ଅନ୍ୟାନ୍ୟ ଜନବିରୋଧୀ ଆଇନ ପ୍ରତ୍ୟାହାର ନହେଲା ପର୍ଯ୍ୟନ୍ତ ପ୍ରତିବାଦ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏ ଆନ୍ଦୋଳନ କାର୍ଯ୍ୟକ୍ରମ ରେ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ସମ୍ପାଦକ ବସନ୍ତ ନନ୍ଦ, ବିଜୟ ବିଷୋୟୀ, ବାବୁଲା ନାୟକ, ଯୁଧିଷ୍ଠିର ବେହେରା, ନିରଞ୍ଜନ ଗୌଡ଼, କୃଷ୍ଣମୁର୍ତ୍ତି ପାତ୍ର, ପ୍ରକାଶ ନାହାକ, ଶତ୍ରୁଘ୍ନ ପ୍ରଧାନ, ଅପୁଲୁସ୍ୱାମୀ ଏବଂ ଏ ଆଇ କେ ଏସ ଜିଲ୍ଲା ନେତା ରଙ୍କନାଥ ସ୍ୱାଇଁ, ସୁଦର୍ଶନ ସ୍ୱାଇଁ, ନୀଳକଣ୍ଠ ଦାସ, ଗୁରୁନାଥ ପ୍ରଧାନ, ଏସ କ୍ରିଷ୍ଣା ରେଡଡି, ପ୍ରଶାନ୍ତ ପଣ୍ଡା ଓ ଏ ଆଇ କେ ଏମ ଏସ ଜିଲ୍ଲା ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ସନ୍ତୋଷ ଗୌଡ଼ ପ୍ରମୁଖ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here