୨୫୦୦ ଟଙ୍କା ଲାଂଚ ନେଇ ଗୋପାଳପୁର ଏନ ଏ ସି କମ୍ପୁଟର ପ୍ରୋଗ୍ରାମାର ଭିଜିଲାନ୍ସ ଜାଲ ରେ ଧରାପଡିଲେ

0
220

ବ୍ରହ୍ମପୁର, ୦୯/୧୧/୨୦୨୦(ବ୍ୟୁରୋ ରିପୋର୍ଟ)- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଗୋପାଳପୁର ଏନ ଏ ସି ର କମ୍ପ୍ୟୁଟର ପ୍ରୋଗ୍ରାମର ପ୍ରିୟ ରଞ୍ଜନ ମହାରଣା।ଗୋପାଳପୁର ଏନ ଏ ସି ର କମ୍ପୁଟର ପ୍ରୋଗ୍ରାମାର ପ୍ରିୟ ରଞ୍ଜନ ମହାରଣା ଆଜି ୨୫୦୦ ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ସୁଚନାଯୋଗ୍ୟଯେ,ଶ୍ରୀ ପ୍ରିୟ ରଞ୍ଜନ ମହାରଣା ଅଭିଯୋଗକାରୀ ଭଞ୍ଜ ବିହାର ର ଶ୍ରୀ ପ୍ରଫୁଲ ଚନ୍ଦ୍ର ଦାସଙ୍କ ପୁତ୍ର ସିଦ୍ଧାନ୍ତ କୁମାର ଦାସ ଙ୍କ ବିବାହ ପଞ୍ଜୀକରଣ ସାର୍ଟିଫିକେଟ ପାଇଁ ଅର୍ଥ ଦାବୀ କରିଥିଲେ। ଆଜି ସେ କାର୍ଯ୍ୟାଳୟ ପରିସର ରେ ସେହି ଲାଞ୍ଚ ଟଙ୍କା ଗ୍ରହଣ କରି ଟେବୁଲ ଉପରେ ଥିବା ଫାଇଲ୍ ରେ ରଖିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରା ପଡି ଗିରଫ ହେବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରେ ଏକ ମାମଲା ୨୧/୨୦୨୦ ରୁଜୁ କରାଯିବା ସହ ତାଙ୍କର ଗୋପାଳପୁର ଠାରେ ଥିବା ତାଙ୍କର ଭଡା ଘରେ ମଧ୍ଯ ଚଢାଉ ଚାଲୁଥିବା ଭିଜିଲାନ୍ସ ବିଭାଗ ଦ୍ବାରା ସୁଚନା ମିଳିଛି।

LEAVE A REPLY

Please enter your comment!
Please enter your name here