ନନ୍ଦୀପୁର ଶାସନରେ ଦକ୍ଷିଣ କାଳୀକା ପୂଜନୋତ୍ସବ।

0
354

ଯାଜପୁର,୧୫/୧୧/୨୦୨୦(ବ୍ୟୁରୋ ରିପୋର୍ଟ) କାଳର କ୍ଷୟକାରିଣୀ ଶକ୍ତି ସଚରାଚର ଜଗତକୁ ନଷ୍ଟ କରିଚାଲିଥିବାବେଳେ,ପଶୁ ପ୍ରବୃତ୍ତିର ବିନାଶକରି ତାହାର ଧ୍ବଂସ ସ୍ତୁପ ଉପରେ ସୁନ୍ଦର ଓ ସୁସ୍ଥ ସମାଜ ରଚନା କରିବାର ଲକ୍ଷନେଇ ଆଜକୁ ପ୍ରାୟ ଶତାଧିକ ବର୍ଷଧରି ପୂର୍ବ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦୀପୁର ଶାସନସ୍ଥିତ ଦୁଇଟି ପ୍ରାଚୀନ ଶକ୍ତିପିଠରେ ମା’ଦକ୍ଷିଣ କାଳୀକା ସାଧନୋତ୍ସବ ଇତିମଧ୍ୟରେ କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷାକରି ଅନୁଷ୍ଠିତ ହୋଇଯାଇଅଛି।ପ୍ରଥମ ପିଠରେ କର୍ତ୍ତାକର୍ତ୍ତିଭାବେ ଶ୍ରୀଯୁକ୍ତ କୁଳମଣି ଶତପଥୀ ଓ ସଂଗୀତା ରାଣୀ ଶତପଥୀଙ୍କ ତତ୍ବାବଧାନରେ ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶ,ଅଶୋକ କୁମାର ଶତପଥୀ,ଉମେଶ ଚନ୍ଦ୍ର ମିଶ୍ର,କାହ୍ନୁ ଚରଣ ଶତପଥୀ ,ନିରଞ୍ଜନ ମିଶ୍ର,ସୁଦର୍ଶନ ଦାଶଆଦି ପୂଜାକାର୍ଯ୍ୟ ସମାପନ କରିଥିବା ବେଳେ ଏଥିରେ ସେବକାରୀ ଭାବେ ମନ୍ମଥ ଶତପଥି,ସନ୍ତୋଷ କୁମାର ଶତପଥୀ, ମନୋଜ କୁମାର ଶତପଥୀ, ମୋହନ କୁମାର ଶତପଥୀ,ଆଦି ସହଯୋଗ କରିଥିଲେ।ସେହିପରି ୮୦ବର୍ଷରୁ ଉର୍ଦ୍ଧ୍ବଧରି କାଳୀ ସାଧନାର ପିଠସ୍ଥଳ ପାଲଟିଥିବା ଦ୍ଵିତୀୟ ପିଠରେ ଚଳିତ ବର୍ଷର କର୍ତ୍ତାକର୍ତିଭାବେ ଅକ୍ଷୟ କୁମାର ଶତପଥୀ ଓ ଉମାରାଣୀ ଶତପଥୀଙ୍କ ତତ୍ୱବାଧାନରେ ସର୍ବଶ୍ରୀ ଚନ୍ଦ୍ରହାସ୍ୟ ଶତପଥୀ, ପ୍ରକାଶ କୁମାର ଶତପଥୀ,ରମାକାନ୍ତ ଶତପଥୀ,ଶରତ ଚନ୍ଦ୍ର ଶତପଥି, ବସନ୍ତ କୁମାର ଶତପଥୀ, କାଳୀ ପ୍ରସନ୍ନ ଶତପଥୀ,ବିଭୁଦତ୍ତ ଶତପଥୀଆଦି ସହଯୋଗ କରିଥିଲେ।ପ୍ରୋତ୍ସାହନର ଅଭାବରୁ ଏହି ପ୍ରାଚୀନ ପିଠର ଉନ୍ନତିସହ ଲୋକାଭିମୁଖୀ ହୋଇପାରୁନଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here