ସାନଖେମୁଣ୍ଡି ବିଧାୟକଙ୍କ ଦ୍ଵାରା ସିଙ୍ଗିପୁର ପଞ୍ଚାୟତରେ ପାତ୍ର ଓ ଗୋପାଳ ସମାଜ କୋଠଘର ଉଦଘାଟନ । ଲୁଣିନାଠିରେ ସମ୍ବର୍ଦ୍ଧିତ ।

0
204

ବ୍ରହ୍ମପୁର,୧୫/୧୧/୨୦୨୦: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସିଙ୍ଗୀପୁର ପଞ୍ଚାୟତ ଗସ୍ତରେ ଆସି ଆଜି ରବିବାର ଦିନ ମାନ୍ୟବର ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ସରକାରଙ୍କ ଜନ ମଙ୍ଗଳ ଯୋଜନା କାର୍ଯ୍ୟ ସମୂହକୁ ଅନୁଧ୍ୟାନ କରିଛନ୍ତି । ପଞ୍ଚାୟତରେ ଲାଗିଥିବା ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ କାର୍ଯ୍ୟର ସ୍ଥିତି ସମୀକ୍ଷା କରି ପ୍ରକୃତ ହିତାଧିକାରୀଙ୍କ ସହଯୋଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ପଞ୍ଚାୟତରେ ହରୀନା ଗ୍ରାମରେ ସରକାରଙ୍କ ଅନୁଦାନରେ ନିର୍ମିତ ପାତ୍ର ଓ ଗୋପାଳ ସମାଜ କୋଠଘରକୁ ଉଦଘାଟନ କରିଥିଲେ । ଅନୁଷ୍ଟିତ ଏହି ଉଦଘାଟନ ଉତ୍ସବରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କ ସହିତ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଏ ଜୟରାମ ଦୋରା , ସମ୍ମାନୀୟ ଅତିଥି ଭାବେ ୱାର୍ଡ଼ ସଭ୍ୟ ଶ୍ରୀ ନିରଞ୍ଜନ ପାଣିଗ୍ରାହୀ , ସରସ୍ଵତୀ ମହାଙ୍କୁଡ଼ଙ୍କ ସହିତ ଯୁବ କଂଗ୍ରେସର ଚିନ୍ମୟ କୁମାର ହୋତା , ଟୁକୁନା ପ୍ରଧାନ , ଟୁକୁନା ରଥ ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।

ଅନ୍ୟ କ୍ରମରେ ଚୁଡ଼ଙ୍ଗପୁରା ପଞ୍ଚାୟତର ଲୁଣିନାଠି ଗ୍ରାମବାସୀଙ୍କ ସ୍ଵତନ୍ତ୍ର ଅନୁରୋଧକ୍ରମେ ସନ୍ଧ୍ୟା ସମୟରେ ଆଜି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କୁ ସ୍ଵାଗତ କରାଯିବା ସହିତ ଜିଲ୍ଲା କଂଗ୍ରେସ ରୂପେ ନିଯୁକ୍ତି ପାଇଥିବା ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଶାଳ ଗ୍ରାମ ମହିଳା ମଣ୍ଡଳୀ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରି ଗ୍ରାମ ପରିକ୍ରମା କରାଇଥିଲେ । ଗ୍ରାମ ମଣ୍ଡପରେ ଗ୍ରାମବାସୀଙ୍କ ତରଫରୁ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ବିଧବା ଓ ଅବିବାହିତ ବୟସ୍କା ମହିଳାଙ୍କୁ ସାମାଜିକ ସୁରକ୍ଷା ଭତ୍ତା , ଆବାସ ଯୋଜନାରେ ସାମିଲ କରାଇବା ନେଇ ହୋଇଥିବା ଆପତ୍ତି ଓପରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଇବା ନେଇ ନିଜ ବକ୍ତବ୍ୟ ରଖିଥିଲେ ।ଗ୍ରାମର ବିଦ୍ୟୁତ୍ ଅଲୋକକରଣ ବ୍ୟବସ୍ଥା ନେଇ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ନିଜ ହାତ ପାଣ୍ଠିରୁ ଆବଶ୍ୟକ ଏଲ ଇ ଡି ଆଲୋକ ବ୍ୟବସ୍ଥା କରାଇବାକୁ ସମ୍ମତି ପ୍ରଦାନ କରାଇଥିଲେ ।ଆସନ୍ତା ପଞ୍ଚାୟତ ନିର୍ବାଚନ ସମୟ ନିକଟତର ହେଉଥିବାରୁ ସମୟର ସଦୁପଯୋଗ କରି ଜନହିତକର କାର୍ଯ୍ୟରେ ଗ୍ରାମକୁ ସାମିଲ୍ କରାଇବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବରିଷ୍ଟ ଦଳୀୟ ବ୍ୟକ୍ତିତ୍ଵ ବାଉରୀବନ୍ଧୁ ପ୍ରଧାନ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଚରଣ ପାତ୍ର , ମକୁନ୍ଦି ବରାଡ , ଚିନ୍ମୟ ହୋତା , ରାମଚନ୍ଦ୍ର ପ୍ରଧାନ , ଉମା ପାଢ଼ୀ ପ୍ରମୁଖଙ୍କ ସହିତ ବହୁ ତୃଣମୂଳ ବ୍ୟକ୍ତିତ୍ଵ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here