ବ୍ରହ୍ମପୁରର ପିଲା କୁ ନେଇ ପ୍ରଥମ ଥର ପାଇଁ ଓଡ଼ିଆ ଓ ତେଲୁଗୁ ଭାଷାରେ “ଶିବାରୁଦ୍ରା” ଫିଲ୍ମ ର ଶୁଭ ମୁହୂରରତ ଅନୁଷ୍ଠିତ ହୋଇଛି।

0
215

ବ୍ରହ୍ମପୁର,୧୯/୧୧/୨୦୨୦(ବ୍ୟୁରୋ ରିପୋର୍ଟ)କୋରନା କଟକଣା ଯୋଗୁଁ ବହୁ ଦିନ ଧରି ବନ୍ଦ ହୋଇ ରହିଥିବା ମହୁରତ ଆଜି ସ୍ଥାନୀୟ ମୋତି ହୋଟେଲ ଠାରେ ଓଡ଼ିଆ ଫିଲ୍ମ “ଶିବାରୁଦ୍ରା” ର ଶୁଭ ମୁହୂର୍ତ୍ତ ଆରମ୍ଭ ହେଲା । ଏହି ଅନୁଷ୍ଠିତ ମୁହୂରତ କାର୍ଯ୍ୟକ୍ରମରେ ପ୍ରୟୋଜକ ଦୀପକ କୁମାର ରାଓ , ସହ ନିର୍ଦେଶକ ଶିବା ସତ୍ୟମ୍ , ସଙ୍ଗୀତ ନିର୍ଦେଶକ ଜି. କେ କାର୍ତିକେୟାନ ଓ ଡି.ଓ.ପି ଖୁସି ରେଡ଼ି ଦାଶରଥ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଓଡ଼ିଆ ଚଳଚିତ୍ର ଜଗତର ଅଭିନେତା ଶ୍ରୀତମ ଦାସ ଯୋଗଦେଇ ଥିଲେ। ଆଜିର ଏହି ଶୁଭ ମହୁରତ କାର୍ଯ୍ୟକ୍ରମରେ ମୁଖ୍ୟଅଥିତି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ସମ୍ମାନିତ ଅତିଥିଭାବେ ପୁର୍ବତନ କର୍ପୋରେଟର ଆର . ମୁରଲୀ ମୋହନ, ଜଗଦୀଶ ପାତ୍ର ରହି ସଫଳତା କାମନା କରିଥିଲେ। ସବୁ ଠାରୁ ବଡ଼ କଥା ହେଲା ଏହା ପ୍ରଥମ ଥର ପାଇଁ ବ୍ରହ୍ମପୁର ର ପିଲା କୁ ନେଇ ଏହି ଫିଲ୍ମ ଟି ହୋଇଛି । ଯାହା ଦୁଇଟି ଭାଷା ରେ ରିଲିଜ ହେବା କୁ ଯାଉଛି । ଏହା ବ୍ରହ୍ମପୁର ବାସୀଙ୍କ ପାଇଁ ଏକ ଖୁସିର କଥା । ଏହା ସଫଳ ହେବା ପାଇଁ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛନ୍ତି ହିରୋ ରାଜନ୍ ଯାଦବ।

LEAVE A REPLY

Please enter your comment!
Please enter your name here