ବ୍ରହ୍ମପୁର,୧୯/୧୧/୨୦୨୦: ସ୍ଥାନୀୟ ବାପୁଜୀ ଆଶ୍ରମ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ,କିମ୍ବଦନ୍ତୀ ପାଲଟିଥିବା ବିଶ୍ବସ୍ତରୀୟ ମହିୟସୀ ମହିଳାନେତ୍ରୀ , ଲୌହ ମାନବୀ ସ୍ବର୍ଗତ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ପାଳନ ହୋଇଅଛି । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଧେଶ କ୍ରମେ ଆୟୋଜିତ ଏହି ଜୟନ୍ତୀ ପାଳନ ଉତ୍ସବରେ ଜିଲ୍ଲା କଂଗ୍ରେସର ଛାମୁଆଁ କର୍ମକର୍ତ୍ତା , ଯୁବ କଂଗ୍ରେସ କର୍ମୀଙ୍କ ଗହଣରେ ଆୟୋଜିତ ହୋଇଥିଲା ।
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ସ୍ଵତନ୍ତ୍ର ସ୍ମୃତି ଚାରଣ ସଭାରେ ଇନ୍ଦିରା ଜୀଙ୍କ ତୈଳ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଇନ୍ଦିରା ଜୀ ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ରହି ଦେଶସେବାରେ ବ୍ରତୀ ହୋଇ ରହିବାକୁ ଯୁବ କଂଗ୍ରେସ ଏବଂ କଂଗ୍ରେସ କରସେବା ସଦସ୍ୟଙ୍କ ଦ୍ୱାରା ମିଳିତ ଶପଥ ପାଠ କରାଯାଇଥିଲା । ପରସମୟରେ କଂଗ୍ରେସ କର୍ମୀଙ୍କ ସମବେତ ପଦଯାତ୍ରା ଦ୍ଵାରା ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଇନ୍ଦିରା ନୀ ଙ୍କ ବିରାଟ ପ୍ରତିମୂର୍ତ୍ତି ନିକଟରେ ପହଂଚି ମିଳିତ ଭାବେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା ।
ଅନୁଷ୍ଟିତ ଏହି ଜନ୍ମ ଜୟନ୍ତୀ ପାଳନ ଅବସରରେ ଧର୍ମା ରେଡ୍ଡୀ , ବିସ୍ମୟ ମହାପାତ୍ର , ଚିନ୍ମୟ କୁମାର ହୋତା , s.ଦଣ୍ଡପାଣି , କିଶୋର କପୁର , ଦେବାଶିଷ ମହାନ୍ତି , ସଂଗ୍ରାମ ରାଉତ , ଭବାନୀ ସାହୁ , ସୁପ୍ରଭା ଦାସ , ସିଦ୍ଧାନ୍ତ ସାହୁ , ସୁବୋଧ ସ୍ୱାଇଁ , ମହେଶ ସାହୁ , ଦିବାକର ପ୍ରଧାନ ପ୍ରମୁଖ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ସଦସ୍ୟଙ୍କ ସହ ବହୁ କଂଗ୍ରେସ ଅନୁଗତ ଅଂଶ ଗ୍ରହଣ କରିଥିଲେ ।
ସନ୍ତୋଷ କୁମାର ଦାଶ ।