ଜିଲ୍ଲାପାଳଙ୍କ ସାନଖେମୁଣ୍ଡି ଗସ୍ତ । ଟି ,ଗୋବିନ୍ଦପୁର ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପରିଦର୍ଶନ ।

0
195

ବ୍ରହ୍ମପୁର,୧୯/୧୧/୨୦୨୦: ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଆଜି ଅପ୍ରତ୍ୟାଶିତ ଗସ୍ତ କାର୍ଯ୍ୟକ୍ରମ ଭିତ୍ତିରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ସମୟରେ ବ୍ଲକ କାର୍ଯ୍ୟଳୟ ପହଞ୍ଚି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ଅଞ୍ଚଳ ଉନ୍ନୟନ କାର୍ଯ୍ୟ ସମୂହର ଅଗ୍ରଗତି ନେଇ ସମୀକ୍ଷା କରିବା ସହିତ ଏନ୍ ଆର ଇ ଜି ଏସ କର୍ଯ୍ୟସମୂହର ଶ୍ରମଦିବସ ନେଇ ଆକଳନ କରିଛନ୍ତି । ପ୍ରବାସୀ ଫେରନ୍ତାଙ୍କ କର୍ମ ନିଯୁକ୍ତି ତଥା ଅଗ୍ରୀମ ଶହେ ଦିନର ନିଶ୍ଚିତ କର୍ମନିଯୁକ୍ତି ସୁଯୋଗକୁ ଆଧାରକରି ଆଦର୍ଶ ଗାଈ ଗୁହାଳ , ଆଦର୍ଶ ପୋଖରୀ ସହିତ ଚାଷଜମି ଉନ୍ନତିକରଣ ଓ ଜମିରେ ସେଚନ ବ୍ୟବସ୍ଥା ପାଇଁ କୁଅଁ ଖୋଲିବା ନେଇ ଗୁରୁତ୍ୱାରୋପ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ମହୋଦୟ ବିଡ଼ିଓଙ୍କ ସହିତ ଆଦିବାସୀ ଅଧ୍ୟୁଷିତ ଟି,ଗୋବିନ୍ଦପୁର ପଞ୍ଚାୟତ ଗସ୍ତକରି ଢିମୀରାପଲ୍ଲୀ , ମହିବିଲ , କତାପଲି , ସମନ୍ତରାପୁର ଆଡି ଗ୍ରାମ ପରିଦର୍ଶନ କରିବା ସହିତ ସ୍ଥାନୀୟ ହିତାଧିକାରୀଙ୍କ ଦ୍ଵାରା କରାଯାଇଥିବା ଆଦର୍ଶ ଗାଈ ଗୁହାଳ ଓ ଏମ୍ ଜି ଏନ୍ ଆର ଇ ଜି ଏସ ଅଧୀନରେ ସମ୍ପନ୍ନ ହୋଇଥିବା ଆଦର୍ଶ ପୋଖରୀ ନିର୍ମାଣ କାର୍ଯ୍ୟର ବିନିଯୋଗିତା ନେଇ ଅନୁଧ୍ୟାନ କରିଛନ୍ତି । କରୋନା ଜନିତ କାରଣରୁ ରୋଜଗାର ହରାଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥିକ ସୁରକ୍ଷା ଏବଂ କର୍ମନିଯୁକ୍ତି ପାଇଁ ପଞ୍ଚାୟତ ସ୍ତରରେ ପ୍ରାଥମିକତା ଭିତ୍ତିରେ ଚାଷଜମି ଉନ୍ନତିକରଣ ଓ କୂଅ ଖୋଳାକୁ ପ୍ରାଥମିକତା ଦେଇ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ପାଇଁ ବିଡ଼ିଓଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱତନ୍ତ୍ରତା ପ୍ରଦାନ କରିଛନ୍ତି । ଚଳିତ ଶୀତଋତୁରେ କରୋନା ସଂକ୍ରମଣ ଜନିତ କାରଣ ପାଇଁ ସ୍ପର୍ଶ କାତର ସ୍ଥିତି ସୃଷ୍ଟି କରୁଥିବାରୁ ଜନ ସଚେତନା ସହିତ ମାସ୍କ ର ବହୁଳ ବ୍ୟବହାର , ନିୟମିତ ହତାଧୁଆ , ଅଯଥା ଜନ ସମାଗମ ସହ ସାମାଜିକ ଦୂରତା ରକ୍ଷାକରି କୃଷିକାର୍ଯ୍ୟ ଏବଂ ଶ୍ରମଦାନ କରାଇବାକୁ କର୍ମଚାରୀଙ୍କୁ ଅନୁପ୍ରାଣିତ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here