ବନ୍ଦ ହେବନାହିଁ ଶିତଳାପଲ୍ଲି ସ୍ଥିତ ଟାଟା କୋଭିଡ ହସପିଟାଲ, ହାଇଟେକ୍ ମେଡିକାଲ କତ୍ତୃପକ୍ଷ ଙ୍କୁ ଜିଲ୍ଲା ପ୍ରଶାସନ ର ଅନୁକମ୍ପା କି?

0
361

ବ୍ରହ୍ମପୁର,୨୦/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲା ପ୍ରଶାସନ ଶିତଳାପଲ୍ଲି ସ୍ଥିତ ଟାଟା କୋଭିଡ ହସପିଟାଲ ବନ୍ଦ କରାଯିବା ନିଷ୍ପତ୍ତି ର ଗୋଟିଏ ଦିନ ପରେ ନିଷ୍ପତ୍ତି ବଦଳାଇ ପୁଣି ଚାଲୁ କରାଯିବାକୁ ହସପିଟାଲ ପରିଚାଳନା ଦାୟିତ୍ୱ ରେ ଥିବା ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲ ମୂଖ୍ଯ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଚିଠି ଲେଖିଛନ୍ତି। ଗଞ୍ଜାମ ଜିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ଯା ଆଶାତୀତ ହ୍ରାସ ପାଉଥିବା ସହ ଏହି ମେଡିକାଲ ରେ ମଧ୍ଯ ରୋଗୀ ସଂଖ୍ଯା ହ୍ରାସ ପାଉଥିବା ଦର୍ଶାଇ ନୂଆ ଆକ୍ରାନ୍ତ ଙ୍କୁ ଏହି ମେଡିକାଲ ରେ ଭର୍ତ୍ତି ନକରିବା ସହ ମେଡିକାଲ କୁ ଟାଟା କତ୍ତୃପକ୍ଷ ଙ୍କୁ ହସ୍ତାନ୍ତର କରିବା ଦିଗରେ ପଦକ୍ଷେପ ନେବାକୁ ଗତ ୧୮ ତାରିଖ ରେ ଜିଲ୍ଲାପାଳ ଙ୍କ ଚିଠି ସଂଖ୍ଯା-୩୫୨୫ ରେ ନିର୍ଦ୍ଦେଶ ଦେଇଥିଲେ। ଏହାର ଦିନକ ପରେ ପୁଣି ୧୯ ତାରିଖ ରେ ଚିଠି ସଂଖ୍ଯା- ୩୫୩୬ ରେ ପୁଣି ଏହି ମେଡିକାଲ ଚାଲୁ କରାଯିବା ସହ ୫୫ ଆଇସିୟୁ ବେଡ୍ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ରହିଛି। କରୋନା ର ଦ୍ବିତୀୟ ଲହରୀ କୁ ନଜର ରେ ରଖି ଏହାକୁ ଚାଲୁ କରାଯିବାକୁ ଏଥି ରେ ଉଲ୍ଲେଖ ରହିଛି। ଏଠାରେ ପ୍ରଶ୍ନ ଉଠୁଅଛି ଯେ, ହାଇଟେକ୍ ମେଡିକାଲ କତ୍ତୃପକ୍ଷ ଙ୍କୁ ଜିଲ୍ଲା ପ୍ରଶାସନ ର ଏତେ ଅନୁକମ୍ପା କ’ଣ ପାଇଁ? ଏମିତି ରେ ବର୍ତ୍ତମାନ ଏମକେସିଜି ମେଡିକାଲ, ସିଟି ହସପିଟାଲ ଏବଂ ଅଶ୍ବିନୀ ହସପିଟାଲ ରେ ରୋଗୀଙ୍କ ସଂଖ୍ଯା କମ୍ ରହିଛି। ତାହା ସହ ଜିଲ୍ଲା ରେ ସଂକ୍ରମଣ ସଂଖ୍ଯା ନିୟନ୍ତ୍ରଣ ରେ ରହିଛି ବୋଲି ଦାବୀ କରାଯାଉଛି। ଏଭଳି ପରିସ୍ଥିତି ରେ ପ୍ରଶାସନ ଶିତଳାପଲ୍ଲି ସ୍ଥିତ ଟାଟା କୋଭିଡ ହସପିଟାଲ ବନ୍ଦ କରାଯିବା ନିଷ୍ପତ୍ତି ଠିକ୍ ଥିଲା। କିନ୍ତୁ ପୁଣି ନିଷ୍ପତ୍ତି ବଦଳାଇ ଦିଆଗଲା କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି।

LEAVE A REPLY

Please enter your comment!
Please enter your name here