ପ୍ରଦୀପଙ୍କ ବହିଷ୍କାର ଓ ଗିରଫ ଘଟଣାରେ ଆଶ୍ଵସ୍ଥ ସାନଖେମୁଣ୍ଡି ବିଜେଡି । ସନ୍ଦିହାନ ତାଳିପକା ମାଫିଆ ଓ ଠିକାଦାର ବିଜେଡି ସଂଗଠକ ।

0
266

ବ୍ରହ୍ମପୁର୦୫/୧୨/୨୦୨୦:ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ବ୍ୟକ୍ତିତ୍ଵ , ଏକଦା ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଗୁଡ ବୁକରେ ଥିବା ଗୋପାଳପୁର ବିଧାୟକ ଡ଼ା ,ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଅଛି । ପରେ ନିଜ ଭାବି ଜାମାତା ଆକାଶ ପାଠକଙ୍କ ସହ ମିଶି ବେଆଇନ ଆର୍ଥିକ କାରବାରକୁ ନେଇ ପୋଲିସ ଭୁବନେଶ୍ୱରରୁ ଉଠାଇ ନେଇ ବିଭିନ୍ନ ଦଫାରେ କେଶ ଲଦି କୋର୍ଟ ହାଜିରା କରାଇ ଜେଲ୍ ପଠାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାରେ ହୋଇଥିବା ଏବଂ ବିଗତ ଦିନରେ ଏହି ବ୍ୟକ୍ତିତ୍ଵଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ମୁଖପାତ୍ର ଭାବେ ଦାୟିତ୍ଵ ଦେଇଥିବା , ମନ୍ତ୍ରୀପଦ ଓ ଜିଲ୍ଲା ବିଜେଡ଼ି ସଭାପତି ଭଳି ଗୁରୁ ଦାୟିତ୍ବ ବଦଳରେ ଶ୍ରୀ ପାଣିଗ୍ରାହୀ ନିଜ କ୍ଷମତାର ଦୁରୁପଯୋଗ କରି ମଦ ବେପାରୀ , ଲଘୁ ଖଣିଜ ଚୋରା ମାଫିଆ , ଠକ ଠିକାଦାର ଗୋଷ୍ଠୀଙ୍କ ପାଇଁ କାମ କରି ବିପୁଳ ଅର୍ଥ ଠୁଳ କରିଥିବା ନେଇ ଅଭିଯୋଗ ରହିଅଛି । ପୁଣି ସାଂଗଠନିକ ବ୍ୟାପାରରେ ନିଜ ଗୋଷ୍ଠୀ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଖୁସି କରାଇବାକୁ ଜିଲ୍ଲା ଏବଂ ବ୍ଲକ୍ ସଙ୍ଗଠନରେ ସାମିଲ୍ କରାଇ ଦଳକୁ ପ୍ରଭୂତ କ୍ଷତି କରାଇଥିବା ନେଇ ବହୁ ଅଭିଯୋଗ ରହିଅଛି ।
ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଶ୍ରୀ ପାଣିଗ୍ରାହୀଙ୍କ ସାଂଗଠନିକ ପାରିବାପଣ ଯୋଗୁଁ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ିର ଶୋଚନୀୟ ପରାଜୟ ହୋଇଥିବା ନେଇ କର୍ମୀ ଏବଂ ସଂଗଠକଙ୍କ ସହିତ ପୂର୍ବତନ ବିଧାୟିକା ତଥା ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ନନ୍ଦିନୀ ଦେବୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହିତ ମାନ୍ୟବର ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ସୁପ୍ରିମୋଙ୍କ ପଦକ୍ଷେପ ବିଳମ୍ବିତ ହୋଇଥିଲେ ମଧ୍ୟ ସୁଦୂର ପ୍ରସାରି ପ୍ରଭାବ ନେଇ ଆଶାବାଦୀ ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ନିଜ ବକ୍ତବ୍ୟରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ବିଜେଡି ସଂଗଠନକୁ ସୁଦୃଢ କରିବା ବଦଳରେ ବାଲି ପଥର ମାଫିଆ ଓ ଅସାମାଜିକ ବ୍ୟକ୍ତିବିଶେଷଙ୍କୁ ନିର୍ବାଚନୀ ପରିଚାଳନା ଦାୟିତ୍ଵ ଦେଇ ଦଳକୁ ପରାଜିତ କରିଥିବା ନେଇ ପୂର୍ବତନ ବିଧାୟିକା ଅଭିଯୋଗ କରିଛନ୍ତି । ଏପରିକି ନିଜ ତାଳିପକା ଗୋଷ୍ଠୀଙ୍କ ସହାୟତାରେ କର୍ମୀଙ୍କୁ ଭ୍ରମିତ କରି ପ୍ରଚୁର ଅର୍ଥ ସଂଗ୍ରହ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଏ ଘର ମାଉସୀ ସେ ଘର ପିଉସୀ ନ୍ୟାୟରେ ଥାଇ ସଂପୃକ୍ତ ନେତାଙ୍କ ସହ ଫଟୋ ଉଠାଇ ଫେସବୁକରେ ପୋଷ୍ଟ କରି ସଦର ମହକୁମାରେ ନିଜ ପତିଆରା ଜାହିର କରୁଥିବା ସାନଖେମୁଣ୍ଡି ବିଜେଡିର କିଛି ଅସାମାଜିକ ଲୁଟେରା ପୋଲିସର ଆଢୁଆଳ ପାଇଁ ଦଳୀୟ ସଙ୍ଗଠନରେ ରହି ଗିରଫ ଡ଼ା ,ପାଣିଗ୍ରାହୀଙ୍କ ଗୁଡବୁକ୍ ସୂତ୍ରରେ ଥିବା କିଛି ବଦାନ୍ୟ ଦଳୀୟ ବ୍ୟକ୍ତିତ୍ଵଙ୍କ ହାବ ଭାବକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଧରିଅଛି । ପାଣିଗ୍ରାହୀଙ୍କ ଲିଙ୍କ୍ ନେଇ ସନ୍ଦିହାନ ଥିବାସହ ଦଳୀୟ ଓ ପୋଲିସ୍ କାର୍ଯ୍ୟାନୁଷ୍ଠାନର ଗତିକୁ ନେଇ ସଜାଗ ଥିବା ସହିତ ଏହି ଗୋଷ୍ଠୀ ନିଜ ଆଚାର ବ୍ୟବହାରକୁ ନିୟନ୍ତ୍ରଣ ପାଇଁ ଆପୋଷ ଆଲୋଚନାରେ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here