ବ୍ରହ୍ମପୁର,୦୫/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଓଡିଶା ରାଜ୍ୟ ପ୍ରାଣୀ ଚିକିତ୍ସା ସେବା ସଂଘ, ଗଞ୍ଜାମ ଶାଖା ପକ୍ଷରୁ କାର୍ଯ୍ୟରତ ସମସ୍ତ ପ୍ରାଣୀ ଚିକିତ୍ସକ ଗତ ୨୦ ନଭେମ୍ବର ଠାରୁ ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଅଣଦେଖା କରିବା ପ୍ରତିବାଦରେ ପ୍ରତୀକାତ୍ମକ କଳା ବ୍ୟାଜ ପରିଧାରଣ ପ୍ରତୀକାତ୍ମକ ବିରୋଧ ଜାରି ରହିଛି। ସୂଚନା ଅନୁଯାୟୀ ଓଡ଼ିଶା ରାଜ୍ୟ ପ୍ରାଣୀ ଚିକିତ୍ସା ସେବା ସଂଘ ସରକାରଙ୍କ ନିକଟରେ ବିଭିନ୍ନ ଦାବି କରିଆସିଛି ଯଥା ପ୍ରବେଶ ପଦବୀକୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ଦେବା, ବିଭାଗକୁ ଜରୁରୀ କାଳୀନ ବିଭାଗର ମାନ୍ୟତା ଦେଇ ଯଥା ସମ୍ଭବ ମୌଳିକ ଭିତ୍ତିଭୂମି ଜଗାଇଦେବା, ଡିଜିଟାଲାଇଜେସନ ସେବା ପ୍ରଦାନ ନିମନ୍ତେ ଅତ୍ୟାଧୁନିକ ଉପକରଣ ତଥା ଡାଟା ଏଣ୍ଟ୍ରି ଅପରେଟର ଜଗାଇବା ସହିତ କରୋନା ମହାମାରୀର ମୁକାବିଲା ନିମନ୍ତେ *”କୋଭିଡ ଯୋଦ୍ଧା”* ମାନ୍ୟତା ଦେବା । ଉକ୍ତ ଦାବି ଗୁଡ଼ିକୁ ନଭେମ୍ବର ୨୭ ସୁଦ୍ଧା ଧାଜ୍ୟ କରିବାକୁ ସରକାରଙ୍କୁ ନିବେଦନ କରାଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ସଫଳତା ମିଳିନାହିଁ । ଏହି ପ୍ରତିବାଦକୁ ନେଇ ପଶୁ ସମ୍ପଦ ବିକାଶ ବିଭାଗକୁ ସରକାରଙ୍କ ଅବମାନନା ତଥା ଅସମ୍ମାନର ପୁନ ନିର୍ମାଣରେ ଡିଜିଟାଲ ବଏକଟ୍ କରାଯାଇଛି। ଡିସେମ୍ବର ୩ ରେ ଗଞ୍ଜାମ ସିଡିଭିଓ ଦେବରାଜ ବେହେରାଙ୍କ ଦ୍ବାରା ଆୟୋଜିତ ଜିଲ୍ଲା ସ୍ତରୀୟ ଓରିଏଣ୍ଟେସନ୍ କର୍ମଶାଳାକୁ ବିଭାଗର ପ୍ରାଣୀ ଚିକିତ୍ସକମାନେ ବାଇକଟ଼ କରିବା ସହ ସିଡିଭିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । କୌଣସି ଫଳାଫଳ ନହେବା ପର୍ଯ୍ୟନ୍ତ ଡିଜିଟାଲ୍ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ବାଇକଟ୍ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସକ ଡା.କିରଣ ବିଷୋୟୀ ସୂଚନା ଦେଇଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଡିଜିଟାଲ୍ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ବାଇକଟ୍ କରିବାକୁ ନିଷ୍ପତ୍ତି