ଜିଲ୍ଲାସ୍ତରୀୟ ୫୮ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

0
183

ପାରଳାଖେମୁଣ୍ଡି,୦୬/୧୨/୨୦୨୦(ପ୍ରଭାତ କୁମାର ପାତ୍ର)ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ଗଜପତି ଜିଲ୍ଲା ସରଂକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟ।ଳୟ ପରିସରରେ ଥିବା ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ ୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।
ପ୍ରଥମେ ଗୃହରକ୍ଷୀ ବାହିନୀ ମାନଙ୍କ ଉଦ୍ଦେଶ୍ୟରେ , ଯେଉଁମାନେ କର୍ତ୍ତବ୍ୟ ସମୟରେ ମୃତ୍ୟୁବରଣ କରିଛନ୍ତି , ସେମାନଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଶ୍ରଦ୍ଧା-ସୁମନ ଅର୍ପଣ କରିଥିଲେ ।
ଗୃହରକ୍ଷୀ ମାନେ ସବୁବେଳେ ନିଷ୍କାମ ସେବାର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ ଜନସାଧାରଣଙ୍କ ସେବାକରି ଉଚ୍ଚ ପ୍ରଶଂସିତ ହୋଇଥାନ୍ତି । ସେମାନେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି , ଜନସମାଗମ ଓ ଟ୍ରାଫିକ ଭଳି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ତଥା ନିଷ୍କାମ ସେବା ପ୍ରଦାନ କରିଥାନ୍ତି । ଏମିତିକି ବିଭିନ୍ନ ବିପର୍ଯ୍ୟୟ ଓ ଦୁର୍ଘଟଣା ସମୟରେ ମଧ୍ୟ ଉତ୍ତମ ସେବା ପ୍ରଦାନ କରି ଆସିବା ସହ ବର୍ତ୍ତମାନ ଦେଖା ଦେଇଥିବା କୋଭିଡ ମହାମାରୀ ସମୟରେ ସେମାନେ ଆଗ-ଧାଡିର କୋଭିଡ ଯୋଦ୍ଧା ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇ ଉଚ୍ଚକୋଟିର ସେବା ଓ ତାଙ୍କର କାର୍ଯ୍ୟ-ଦକ୍ଷତାର ପରାକାଷ୍ଠା ଦେଖାଇଥାନ୍ତି । ଗୃହରକ୍ଷୀ ମାନେ ଆଗାମୀ ଦିନ ମାନଙ୍କରେ ମଧ୍ୟ ସେମାନଙ୍କ ଏହି ନିଷ୍କାମ ସେବା ଓ ଉଚ୍ଚ ପରମ୍ପରା ସବୁବେଳେ ବଜାୟ ରଖିବା ପାଇଁ ଆହ୍ବାନ କରିଥିଲେ ।
ପରେ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସମେତ ମାନ୍ୟବର ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ , ଗୃହମନ୍ତ୍ରୀ , ଗୃହସଚିବ ଓ ଗୃହରକ୍ଷୀ ବିଭାଗ ଡିଜିଙ୍କ ଠାରୁ ଗୃହରକ୍ଷୀ ବାହିନୀଙ୍କ ଉଦ୍ଦେଶରେ ଆସିଥିବା ବାର୍ତ୍ତା ପାଠ କରିଥିଲେ । ଏହି ଅବସରରେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନା କରି ଚାକିରୀରୁ ଅବସର ନେଇଥିବା ୬ ଜଣଙ୍କୁ
ଅବସର କାଳୀନ ବିଦାୟ ସମ୍ଭର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ପାରେଡ଼ କାର୍ଯ୍ୟକ୍ରମକୁ ହୋମଗାର୍ଡ ପ୍ଲାଟୁନ କମାଣ୍ଡର ଶ୍ରୀ ରାଜୁ ପାଢାଲ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସିତାରାମ ଶତପଥୀ , ଓଏସଏପି , ହୋମଗାର୍ଡ ଆରଆଇଶ୍ରୀ ଶକ୍ତିକାନ୍ତ ମନୋରଞ୍ଜନ ଜେନା , ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁଙ୍କ ଅନ୍ୟାନ୍ୟ ପୋଲିସ ଅଧିକାରୀ , କର୍ମଚାରୀ ଓ ଗୃହରକ୍ଷୀ ବାହିନୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here