କୁକୁଡ଼ାଖଣ୍ଡି,୦୬/୧୨/୨୦୨୦(ବ୍ୟୁରୋ ରିପୋର୍ଟ):ଓଡ଼ିଶାର ମାନ୍ୟବର ବିଧାନସଭା ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ତିନି ଦିନିଆ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଆଜି ଅନ୍ତିମ ଦିବସରେ ବାଚସ୍ପତି ଶ୍ରୀ ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଦକ୍ଷିଣପୁର ଓ ଲାଞ୍ଜିଆ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଇଥିଲେ।ପ୍ରଥମେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ପଞ୍ଚାୟତର ଗୁଣ୍ଠବନ୍ଧ ଗ୍ରାମରେ ଏକ ନୂତନ କଲ୍ୟାଣ ମଣ୍ଡପ କୋଠାକୁ ଉଦଘାଟନ କରିଥିଲେ।ପରେ ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣ ପୁର ସ୍ଥିତ ରାଜୀବ ସେବା କେନ୍ଦ୍ର କୋଠାକୁ ଉଦ୍ଘାଟନ କରିବା ସହ ଏକ ସ୍ମଶାନ ମଣ୍ଡପ ଉଦ୍ଘାଟନ କରିଥିଲେ। ସେହିପରି ବୋଦାଲୁଣ୍ଡି ସ୍ଥିତ ନୂତନ ସ୍ମଶାନ ମଣ୍ଡପକୁ ଉଦଘାଟନ କରିଥିଲେ।ସେହିପରି ପଦରବାଲି ଠାରେ ନୂତନ ସ୍ମଶାନ ମଣ୍ଡପ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ କୋଠଘର ଉଦଘାଟନ କରିବା ମହୁରୀ ତାଲୁକା ବାଉରୀ ଖଦାଳ ସମାଜ ପକ୍ଷରୁ କଲ୍ୟାଣମଣ୍ଡପର ଭିତିପ୍ରସ୍ତର ସ୍ଥାପନ କରିଥିଲେ।ପରିଶେଷରେ ବାଘଝରିରେ ବିଦ୍ୟାଳୟ କୋଠା, ଗ୍ରାମୀଣ ପାନୀୟ ଜଳ ଯୋଗାଣ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ଉଦ୍ଘାଟନ କରିବା ସହ ଗୋଷ୍ଟି କେନ୍ଦ୍ର ଓ ରାସ୍ତା ନିର୍ମାଣ ସକାଶେ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କମାକ୍ଷା ପ୍ରସାଦ ପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର,ସଙ୍ଘମିତ୍ରା ଦଳାଇ, ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ,ସାଂସଦ ପ୍ରତିନିଧି ଟି.ରଘୁପ୍ରସାଦ ପାତ୍ର, ବିଧାୟକ ପ୍ରତିନିଧି ହିମାଂଶୁ ପାଢ଼ୀ,ଉପାଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ,ଜିଲ୍ଲା ପରିଷଦ ସଭ୍ୟା ନିରୂପମା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ,ଦକ୍ଷିଣପୁର ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର, ଲାଞ୍ଜିଆ ସରପଞ୍ଚ ଉଷା ଦାସ,ସମିତି ସଭ୍ୟ ଗୀତା ଦାସ,କୁକୁଡାଖଣ୍ଡି ସରପଞ୍ଚ ଅଦଲ ଚେନେୟା,ବରିଷ୍ଠ ବିଜେଡି ନେତା ସୁଧିର ରାଉତ,ଡେଙ୍ଗାପଦର ସରପଞ୍ଚ ସିତାରାମ ସାହୁ, ବାଲିପଡା ସରପଞ୍ଚ ଉମା ଶଙ୍କର ସାମଲ,ଏଇ ସୁଜିତ କୁମାର ତହଲ,ଜେଇ କୈଳାଶ ପାତ୍ର, ଡି. କନ୍ୟା କୁମାରୀ, ପିଓ ଅଶୋକ କୁମାର ପଟ୍ଟନାୟକ,ଯୁବନେତା ମିଟୁ ବିଶ୍ୱାଳ,ଏମ୍. ନିରଞ୍ଜନ ରେଡ୍ଡି,ଅଜିତ କୁମାର ପାତ୍ର,କୈଳାଶ ବିଷୋୟୀ,ସଦାନନ୍ଦ ଗୌଡ଼,ଗୌରୀ ଶଙ୍କର ପାତ୍ର, ଗୋବିନ୍ଦ ଗୌଡ଼,ସୁଶାନ୍ତ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଲାଞ୍ଜିଆ ଓ ଗୁଣ୍ଠବନ୍ଧ ରେ ବାଚସ୍ପତିଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ।