ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି

0
382

ଭୂବନେଶ୍ୱର,୦୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି। କରୋନା ମହାମାରୀ ପ୍ରକୋପ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ବାଭାବିକ ଅବସ୍ଥାକୁ ଫେରିନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁଁ ଗମନାଗମନ ଓ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଅର୍ଥାତ ୮ ଡିସେମ୍ବର, ୨୦୨୦ ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ନିମନ୍ତେ ରାଜ୍ୟ ସରକାର ଦ୍ବାରା ନିଷ୍ପତ୍ତି ନିଆଯାଇଛି।କିନ୍ତୁ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ ବୋଲି ରାଜ୍ଯ ସରକାର ଙ୍କ ସୁଚନା ଓ ଲୋକ ସଂପର୍କ ବିଭାଗ ପକ୍ଷ ରୁ ପ୍ରେସ୍ ରିଲିଜ ଜରିଆ ରେ ସୁଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here