ପିତ୍ତଳ ରେ ପାନୀୟଜଳ ର ଘୋର ଅଭାବ,ଦଶଦିନ ହେଲା ପାଇପପାଣି ଯୋଗାଣ ବନ୍ଦ

0
181

ଶେରଗଡ,୦୭/୧୨/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିତ୍ତଳ ପଂଚାୟତ ରେ ବହୁ ଅବ୍ଯବସ୍ଥା ଦେଖାଯାଇଛି ।ଲୋକ ଏଠାରେ ହନ୍ତସନ୍ତ ଜୀବନଯାପନ କରୁଛନ୍ତି।ଏହା ହେଲା ନବୀନ ଙ୍କ ସ୍ୱଛଶାସନ ର ନମୁନା।ଏଠାରେ ୫-ଟି ମଧ୍ଯ କାମ କରୁନାହିଁ ।ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପାଇଁ ପଂଚାୟତ ପକ୍ଷରୁ କିମ୍ବା ବ୍ଳକ କତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। । ପ୍ରାୟ ଦଶଦିନ ହେଲା ପିତଳ ଅଂଚଳରେ ପାନୀୟ ପାଇପଜଳ ଯୋଗାଣ ବନ୍ଦ ରହିଛି।ଫଳରେ ଜନସାଧାରଣ ପାନୀୟ ଜଳ ପାଇଁ ନାନାହଟହଟା ହେବ ସହ ଦୂଷିତ ଜଳ ବ୍ଯବହାର କରିବାକୁ ବାଧ୍ଯ ହେଉଛନ୍ତି।ଏହାଦ୍ବାରା ଲୋକେ ବିଭିନ୍ନ ରୋଗାକ୍ରାନ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି।ପିତ୍ତଳ ର ପରିବେଶ ମଧ୍ଯ ଅପରିସ୍କାର ହୋଇପଡିଥିବା ବେଳେ ସ୍ୱଛତା ପାଇଁ ଉଭୟ ପଂଚାୟତ ଓ ବ୍ଲକ ପ୍ରଶାସନ ପକ୍ଷରୁ ଧ୍ଧାନ ଦିଆଯାଉନଥିବା ଅଭିଯୋଗ ହେଉଛି।ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here