ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଠକେଇ ଅଭିଯୋଗର ତଦନ୍ତ କରିବେ ଲୋକାୟୁକ୍ତ , ନବୀନ କଲେ ସୁପାରିଶ ।

0
269

ବ୍ରହ୍ମପୁର,୦୭/୧୨/୨୦୨୦: କିଛିଦିନ ହେଲା ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ରାଜନୀତିରେ ଚର୍ଚ୍ଚାରେ ରହିଥିବା ଗୋପାଳପୁର ବିଧାୟକ ଡ଼ା , ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଠକେଇ ମାମଲର ତଦନ୍ତଭାର ଲୋକାୟୁକ୍ତଙ୍କୁ ଦିଆଯିବ ନେଇ ନିଶ୍ଚିତ ହୋଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜେ ଏହା ସୁପାରିଶ କରିଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଅଛି । ନବଗଠିତ ଓଡ଼ିଶା ଲକାୟୁକ୍ତର ପ୍ରଥମ ମାମଲା ହୋଇଥିବାରୁ ତଦନ୍ତର ଗତି ନେଇ ବୁଦ୍ଧିଜୀବୀଙ୍କ ଉତ୍କଣ୍ଠା ମଧ୍ୟ ବଢିଅଛି । ବିଧାୟକ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ଅଭିଯୋଗର ସଂଖ୍ୟା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ନିଜେ ଏହି ମାମଲା ପାଇଁ ସୁପାରିଶ କରିଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ୨୦୦୪ ରୁ ୨୦୨୦ ପର୍ଯ୍ୟନ୍ତ ଡ଼ା ,ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାରେ ଅଖଣ୍ଡ କ୍ଷମତା ଭୋଗ କରୁଥଲେ । ବାଲି, ମୋରମ, ଖଣି ଓ ମଦ ମାଫିଆଙ୍କ ସହ ତାଙ୍କ ମଧୁର ସଂପର୍କ ଥିଲା । ପ୍ରତି ମାସର ତାଙ୍କ ପାଖକୁ ୯୦ ଲକ୍ଷରୁ ପ୍ରାୟ କୋଟିଏ ଟଙ୍କା ବାଟି ଆକାରରେ ଆସୁଥିବା ନେଇ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଅଭିଯୋଗ କରିଛନ୍ତି ।ଦୁଇ ଦିନ ତଳେ କୁକୁଡାଖଣ୍ଡି ବ୍ଲକର ବଉଳଝୋଳିରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବିଧାୟକ ଜେନା ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ବିଧାୟକ ପାଣିଗ୍ରାହୀ ଯେଉଁ ଇନୋଭା କାର୍ ଚଢ଼ୁଛନ୍ତି ତାହା ତାଙ୍କୁ ଜଣେ ଠିକାଦାରଙ୍କ ଠାରୁ ଉପହାର ସ୍ୱରୂପ ମିଳିଥିବା ନେଇ ସୂଚନା ଦେଇଛନ୍ତି । କରାପଲ୍ଲି ନିକଟ ବିକ୍ରମପୁର , ପାଲୁର ହିଲ୍ସ ଫେଜ-୨ ରେ ଚାଳିଥିବା ବେଆଇନ ଖଣି କାରବାରରେ ବିଧାୟକ ପାଣିଗ୍ରାହୀଙ୍କ ସଂପୃକ୍ତିଥିବା ସୂଚନା ମଧ୍ୟ ରହିଛି । ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଞ୍ଚଳରେ ଆଦିବାସୀ ଓ ହରିଜନ ସମୁଦାୟଙ୍କ ୧୧୧ ଏକର ଜମିକୁ ଜବରଦସ୍ତ ଅକ୍ତିଆର କରିଥିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶା ସହିତ ରାଜ୍ୟ ବାହାରେ ମଧ୍ୟ ପ୍ରଦୀପଙ୍କ ବ୍ୟବସାୟିକ ଲିଙ୍କ୍ ରହିଛି । ଉତ୍ତରାଖଣ୍ଡରେ ତିନି ଜଣଙ୍କ ଭାଗିଦାରିରେ ଥିବା ଏକ ପାୱାର ପ୍ଲାଣ୍ଟରେ ଗୋପାଳପୁର ବିଧାୟକ ଙ୍କ ଭାଗିଦାରୀ ରହିଥିବା କୁହାଯାଉଛି ବୋଲି ସାନଖେମୁଣ୍ଡି ବିଧାୟକ ଶ୍ରୀ ଜେନା ଗୁରୁତର ଅଭିଯୋଗ ଆଣିବା ପରେ ମୁଖ୍ୟମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁର ଲୋକୟୁକ୍ତ ତଦନ୍ତ ପାଇଁ ସୁପାରିଶ କରିଥିବା ସୂଚନା ମିଳିଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ଏହି ତଦନ୍ତ ବେଶ୍ ଗୁରୁତ୍ବ ବହନ କରୁଛି ।
ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହେବା ଓ କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଯାଞ୍ଚ୍ ଶାଖା ଦ୍ଵାରା ଗିରଫ ହେବା ପରେ ଏହାକୁ ତୃତୀୟ ମହଲାର ଷଡ଼ଯନ୍ତ୍ର ପୂର୍ଣ୍ଣ କାରସାଦି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏଥିନେଇ ଅନ୍ଧାରରେ ରଖାଯାଇଥିବା ନେଇ ଅଭିଯୋଗ କରିଥିଲେ । ପରନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅବଗତରେ ହିଁ ସବୁ କାର୍ଯ୍ୟାନୁଷ୍ଠାନ ହେଉଥିବା ନେଇ ଆଜି ସ୍ପଷ୍ଟ ହୋଇଅଛି । ୧୨୪ ଜଣ ବେକାର ଯୁବକ ଯୁବତୀଙ୍କୁ ଟାଟା କମ୍ପାନୀର ଚାକିରି ଦେବ୍ ନାମରେ ଆର୍ଥିକ ଠକେଇରେ ସାମିଲ ଥିବା ଅଭିଯୋଗରେ କ୍ରାଇମ ବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଝାରପଡ଼ା ଜେଲରେ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜର୍ଜଙ୍କ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ । ତାହା ଉପରେ ଆଜି ଶୁଣାଣି ସରିଥିଲେ ମଧ୍ୟ କୋର୍ଟଙ୍କ ରାୟ ସଂରକ୍ଷିତ ରହିଥିବା ସୂଚନା ମିଳିଛି । ପରନ୍ତୁ ଦୀର୍ଘ ସତର ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମାନ୍ୟବରଙ୍କ ପ୍ରତିନିଧି , ମନ୍ତ୍ରୀ ,ଜିଲ୍ଲା ସଭାପତି ଏବଂ ସମ୍ପ୍ରତି ବିଧାୟକ ରହି ଜିଲ୍ଲାରେ ଦଳୀୟ ବ୍ୟାପାର , ବାଲି ପଥର ମାଫିଆ , ମଦବେପାରୀ ସର୍ବୋପରି ଜିଲ୍ଲା ପ୍ରଶାସନକୁ ନେଇ ଉତ୍ପାତ କରୁଥିବା ଅଭିଯୁକ୍ତ କୁ ଓଡ଼ିଶା ଲୋକାୟୁକ୍ତଙ୍କ ଉଚିତ୍ ବିଚାର ଓ ଦଣ୍ଡବିଧାନକୁ ନେଇ ସର୍ବସାଧାରଣରେ ଉତ୍କଣ୍ଠା ବଢୁଥିବା ଲକ୍ଷ୍ଯ କରାଯାଉଅଛି ।

LEAVE A REPLY

Please enter your comment!
Please enter your name here