ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ କର୍ମକର୍ତ୍ତା ନିର୍ବାଚନ

0
180

ବୁଗୁଡା, ୦୭/୧୨/୨୦୨୦: ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ବେତାରସିଂ ଅଞ୍ଚଳ ପରିଷଦ ପାଇଁ କର୍ମକର୍ତ୍ତା ନିର୍ବାଚନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବେତାରସିଂ ଅଞ୍ଚଳ ପରିଷଦର ପ୍ରସ୍ତାବିତ ସମାଜ ଗୃହ ସ୍ଥାନରେ ଅନୁଷ୍ଠିତ ନିର୍ବାଚନରେ କେନ୍ଦ୍ର କମିଟି ସଭାପତି କୋରାନାଥ ସ୍ଵାଇଁ, ସମ୍ପାଦକ ସନ୍ତୋଷ କୁମାର ଜେନା, “କାଳଞ୍ଜି” ପତ୍ରିକାର ସମ୍ପାଦକ ଜଗବନ୍ଧୁ ଜେନା, କଇଁଣ୍ଠି ଅଞ୍ଚଳ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, କେନ୍ଦ୍ରୀୟ ପରିଷଦ ସଭ୍ୟ ପର୍ଶୁରାମ ସ୍ଵାଇଁ, ଅଞ୍ଚଳ ସାମନ୍ତ କେଶବ ପ୍ରସାଦ ବିଷୋୟୀ ପ୍ରମୁଖ ଯୋଗଦେଇ ନିର୍ବାଚନ ଦାୟିତ୍ବ ପରିଚାଳନା କରିଥିଲେ। ଏହି ନିର୍ବାଚନୀ ବୈଠକରେ ବେତାରସିଂ ଅଞ୍ଚଳର ୧୬ ଖଣ୍ଡ ଗ୍ରାମର କାଳଞ୍ଜି ସମାଜ ଭାଇମାନେ ଯୋଗ ଦେଇ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ। ବେତାରସିଂ ଅଞ୍ଚଳର ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତାମାନେ ହେଲେ ସଭାପତି – ବିପ୍ର ଚରଣ ପ୍ରଧାନ, ଉପସଭାପତି – ଗଙ୍ଗାଧର ବିଷୋୟୀ, ସମ୍ପାଦକ – ଡାକ୍ତର ଅମ୍ବିକା ପ୍ରସାଦ ବିଷୋୟୀ, ସଂଗଠନ – ଯୋଗେନ୍ଦ୍ର ନାହାକ, ସଂଗଠନ ସମ୍ପାଦକ – ଅନ୍ତର୍ଯ୍ୟାମୀ ସ୍ଵାଇଁ, କୋଷାଧ୍ୟକ୍ଷ – ସାଧୁ ଚରଣ ବିଷୋୟୀ, ଓ ଉପଦେଷ୍ଟା – ଦଣ୍ଡପାଣି ପ୍ରଧାନ। କେନ୍ଦ୍ରୀୟ କମିଟି ସମ୍ପାଦକ ସନ୍ତୋଷ କୁମାର ଜେନା ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବେଳେ ସଭାପତି କୋରାନାଥ ସ୍ଵାଇଁ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here