ରୋଟାରୀ କ୍ଳବ ଇଷ୍ଟ ତରଫରୁ ଆଦିବାସୀ ଅଞ୍ଚଳରେ ଶୀତ ବସ୍ତ୍ର ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ।

0
177

ବ୍ରହ୍ମପୁର,୦୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ)ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ କୁକୁଡା ଖଣ୍ଡ ବ୍ଳକର ଆଦିବାସୀ ଅଞ୍ଚଳ କଙ୍କିଆ,ଟାମଣା ର ୪ ଟି ଗ୍ରାମରେ ଏବଂ ରାମଚନ୍ଦ୍ର ପୁରସ୍ଥିତ ବିଶ୍ବନିକେତନ ଜରାନିବାସ ଅନ୍ତେବାସୀ ଙ୍କୁ ତଥା ଗ୍ରାମର
ଗରୀବ ଓ ଅର୍ଥନୈତିକ ଅନଗ୍ରସର ଅଧିବାସୀ ମାନଙ୍କୁ ଶୀତ ବସ୍ତ୍ର, ପୋଷାକ ସହ ମାସ୍କ,ସାନିଟାଇଜର ସହ ଛୋଟ ଛୋଟ ଶିଶୁ ମାନଙ୍କୁ ବିସ୍କୁଟ, ଚକଲେଟ୍ ପ୍ରଭୃତି ପଦାର୍ଥ ବଣ୍ଟନ କରାଯାଇଥିଲା ।କ୍ଳବର ସଭାପତି ରଂଜିତ କୁମାର ପାତ୍ରଙ୍କ
ନେତୃତ୍ଵରେ ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା, ଅସିତ କୁମାର ଦତ୍ତ, ଏସ୍.ଦୁର୍ଗାରାଓ,ପ୍ରଦୀପକୁମାରପଟ୍ଟନାୟକ,ଦେବକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତିରେ ଉକ୍ତ ପଦାର୍ଥ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।ଜରାନିବାସର ଅନ୍ତେବାସୀ ସମୂହ ରୋଟାରୀ କ୍ଳବର ଏଇ ବଦାନ୍ୟତା କାର୍ଯ୍ୟକ୍ରମରେ ଖୁସି ବ୍ୟକ୍ତ କରିଥିଲେ ।କଙ୍କିଆ-ଟାମଣା ଅଞ୍ଚଳରେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ବେଳେ ରାମଚନ୍ଦ୍ର ପୁର ଜରାନିବାସ ଠାରେ ପ୍ରତିଷ୍ଠାତା ତଥା ମହାନ୍ ସଂଘର ସଭାପତି ସୁଶାନ୍ତ କୁମାର
ସାବତଙ୍କ ସଂଯୋଜନାରେ ଶୀତ ବସ୍ତ୍ର ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବିଷୟ କ୍ଳବର ସଂପାଦକ କାମରାଜୁ ମହାରଣା ଙ୍କ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here