ବ୍ରହ୍ମପୁର,୦୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ରୁ ବହିଷ୍କୃତ କରିବା ଓ ଜେଲ କୁ ପଠାଇବା ରାଜ୍ୟ ସରକାର ଠିକ କରିଛନ୍ତି ବୋଲି କଂଗ୍ରେସ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛନ୍ତି।ଏହି ଗଞ୍ଜାମରେ ଯେଉଁ ବିଶୃଙ୍ଖଳା ମୟ ପରିସ୍ଥିତି ସୃଷ୍ଟି ଦେଖାଦେଉଥିଲା ସେଥିପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦାୟୀ। ବାଲି ପଥର, ମୋରମ ଚୋରା ଚାଲାଣ ଠାରୁ ଆରମ୍ଭ କରି ଜମି ଦୁର୍ନୀତି ରେ ମଧ୍ୟ ସେ ସଂପୃକ୍ତ ଥିବା କହିଛନ୍ତି।ସରକାର ଏହାର ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କଲେ ସବୁ ସତାସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି। ଆଜି ଏହି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପାଣିଗ୍ରାହୀଙ୍କ ୧୬ ବର୍ଷର ନିଜ କ୍ଷମତାର ଅପବ୍ୟବହାର କରି ଆସୁଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ପ୍ରଦୀପ ପାଣିଗ୍ରାହୀଙ୍କୁ ୨୦୦୪ ମସିହାରେ ନିର୍ବାଚନପାଇଁ ଦାୟିତ୍ୱ ଦେଇଥିଲେ ।ମୁଖ୍ୟମନ୍ତ୍ରୀ ନିଜେ ଆଶାଭରସା କରି ତାଙ୍କୁ ନିର୍ବାଚନ ଦାୟିତ୍ୱ ଦେବା ପରଠୁ କ୍ଷମତା ପାଇ ସେ ଲୋକଙ୍କୁ ଅପବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ନେଇ ଭାଇଚାରାର ଥିବା ହିଞୀଳି ସହରକୁ ଭାଇନାଚାର ଭୂମି କରିଦେଇଥିବା ସେ କହିଛନ୍ତି ।ପରେ ପରେ ସେ ୨୦୦୯ ମସିହାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ବିଜେଡ଼ି ଟିକେଟ ପାଇ ବିଜୟ ହାସଲ କରି ରାଜ୍ୟ ସାରା କ୍ଷମତା ଅପବ୍ୟବହାର କରିଥିବା ଶ୍ରୀ ଜେନା ମତପ୍ରକାଶ କରିଛନ୍ତି । ବ୍ରହ୍ମପୁର କୋର୍ଟପଟା ସ୍ଥିତ ଜମି, କରାପଲ୍ଲୀ ପଞ୍ଚାୟତ ବିକ୍ରମପୁରରେ ଜମି ହାତେଉଥିବା ଦୁର୍ନୀତି ହୋଇଛି ଏବଂ ଏହାକୁ ଅସାଧୁ ଉପାୟରରେ ହାତେଇ ଥିବା ଶ୍ରୀ ଜେନା କହିଛନ୍ତି। ନିରୀହ ଲୋକଙ୍କ ବଦଳରେ ମାଫିଆ ଓ ଦଲାଲଙ୍କ ସ୍ୱାର୍ଥରେ କାର୍ଯ୍ୟ କରି ଆସୁଥିବା ସେ କହିଛନ୍ତି ।ପ୍ରଦୀପ ଏକା ନୁହନ୍ତି ତାଙ୍କ ସହ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ବ୍ଳକ ଅଧ୍ୟକ୍ଷ ,ମଦ ମାଫିଆ, ଠିକାଦାର, ଚୋରା ବାଲି ମାଫିଆ ଏବଂ ବିଭିନ୍ନ ଚୋରା ଚାଲାଣ ଓ କେଳେଙ୍କାରୀ ସହ ପାଣିଗ୍ରାହୀ ବାବୁଙ୍କ ସାମ୍ରାଜ୍ୟ ବଢି ଚାଲିଥିବା ଶ୍ରୀ ଜେନା କହିଛନ୍ତି ।ଲକଡାଉନ ଓ ସଟଡାଉନ ବେଳେ ଚାର୍ଟଆଡ ଫ୍ଲାଇଟରେ ଯାଇ ସଫେଇ ଦେଉଥିବା ଗଞ୍ଜାମ ବାସୀଙ୍କୁ କୁମ୍ଭୀର କାନ୍ଦଣା ନିରୀହ ଶ୍ରମିକଙ୍କ ପାଇଁ ଗଣ ମାଧ୍ୟମରେ କହିଥିବା ଉକ୍ତିକୁ ଏକ ହାସ୍ୟାସ୍ପଦ ବୋଲି ସାନଖେମୁଣ୍ଡି ବିଧାୟକ କହିଥିଲେ । ପ୍ରଦୀପ ବାବୁ ନିଜ ମନ୍ତ୍ରୀ ପଦବୀରେ ରହି ନିରିହ ଜନତାଙ୍କ ସମେତ ମୋ ନାମରେ ମଧ୍ୟ ମିଥ୍ଯା କେଶ ୫୪ଟି ଲଦି ଦେଇ ସତମିଛ କହି ମୋ ମାଆ ଙ୍କୁ କନ୍ଦାଇଛନ୍ତି । କିନ୍ତୁ ବର୍ତ୍ତମାନ ପ୍ରଦିପ ବାବୁଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦ୍ୱାରା ଅନୁରୋଧ କରୁଛି କି ସତ କଥା କହିଲେ ପ୍ରଦୀପ ବାବୁ ଭଲ ହୋଇଥାନ୍ତା ।ପ୍ରଦୀପ ବାବୁ ମନ୍ତ୍ରୀ ଥିବା ସମୟରେ କଳାଧନକୁ ଧଳା କରିବାରେ ଓସ୍ତାଦ ଥିଲେ ।ଯାହା ହେଉ ବିଳମ୍ବରେ ସରକାର ଦୁର୍ନୀତି ଗ୍ରସ୍ତ ଥିବା ପ୍ରଦୀପ ବାବୁଙ୍କୁ ଗିରଫ କରିଥିବା ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ।ପ୍ରଦିପ ବାବୁଙ୍କ ଭଳି ଦୁର୍ନୀତି ରେ ଲିପ୍ତ ଥିବା ଇଡି ମାଧ୍ୟମରେ ଜେରା କରିଲେ ଅନେକ ଦୁର୍ନୀତି ର ଗୁମର ଖୋଲିବ ବୋଲି କଂଗ୍ରେସ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନା ଏହି ସମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଛନ୍ତି।