ଶେରଗଡ,୦୭/୧୨/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଗଞ୍ଜାମ ଜିଲ୍ଲା ପିଡି ଆଜି ଶେରଗଡ ବ୍ଲକ ଗସ୍ତରେ ଆସି ବିଡିଓ ସୁରଞ୍ଜନ ସାହୁ ଙ୍କ ସହ ଢେକିଶାଳ,ଡେଙ୍ଗାପଦର,ଗୋବିନ୍ଦ ପୁର,ଗୋଠଗାଁ ପିତ୍ତଳ,ବ୍ରାହ୍ମଛାଇ ଓ କାଞ୍ଜିଆମା ହାଇସ୍କୂଲ ପରିଦର୍ଶନ କରିଛନ୍ତି।ପିଡି ଶ୍ରୀସିନ୍ଧେ ଦତ୍ତାତ୍ରୋୟ ଭାଉସାହେବ ଏହି ହାଇସ୍କୂଲ ଗୁଡିକର ଭିତ୍ତିଭୂମି ପରିଖିବା ସହ ସ୍ଥାନୀୟ ଜନସାଧାରଣ, ପ୍ରଧନଶିକ୍ଷକ ଓ ଶିକ୍ଷକମାନଙ୍କ ସହ ବିଦ୍ଯାଳୟର ଉନ୍ନୟନ ସଂପର୍କରେ ମଧ୍ଯ ଆଲୋଚନା କରି ଥିଲେ ।