ବ୍ରହ୍ମପୁର, ୦୭/୧୨/୨୦୨୦( ଟୁକୁନା ପ୍ରଧାନ) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଶାଙ୍କୁଡ଼ା ଗ୍ରାମରେ ବିଶିଷ୍ଟ ଦାସକାଠିଆ କଳାକାର ହରିହର ମହାରଣାଙ୍କ ଗତ କାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି । ସେ ୧୯୪୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ନିଜର କୌଳିକ ବୃତ୍ତି ସହ ଦାସକାଠିଆ ରେ ଯଥେଷ୍ଟ ନାମ କମାଇଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମାଜ କଲ୍ୟାଣ ମୂଳକ କାର୍ଯ୍ୟରେ ସେ ଦାସକାଠିଆ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିବା ବେଳେ ସେ ଦୂରଦର୍ଶନ ରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେ ଦୀର୍ଘଦିନ ହେବ ଅର୍ଶ ରୋଗରେ ପୀଡିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ,ସମସ୍ତ ଭାଇ, ପୁଅ, ବୋହୁ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।ନିଜ ଗାଁ ସ୍ମଶାନ ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।