ସାନଖେମୁଣ୍ଡି,୧୮/୦୧/୨୦୨୧:ରାଷ୍ଟ୍ରୀୟ ସ୍ତରରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଦାୟାଦ ଭାବେ ମାନ୍ୟବର ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଥିବାରୁ ରାଜ୍ୟ ଶାସକ ଦଳ ବିଜେଡିରେ ଶିହରଣ ସୃଷ୍ଟି କରିଅଛି । ନିରଙ୍କୁଶ ଭାବରେ ଲଗାତାର ଭାବେ ପଞ୍ଚମ ପାଳିର ମୁଖ୍ୟମନ୍ତ୍ରୀତ୍ବ ସମୟରେ ଶ୍ରେଷ୍ଠାତ୍ଵ ଚୟନ ଦଳ ଓ ଦଳୀୟକର୍ମୀଙ୍କ ମନୋବଳକୁ ଦୃଢ଼ କରିଥିବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନ ଓ ପୌରାଞ୍ଚଳ ନିର୍ବାଚନ ଏହାଦ୍ବାରା ପ୍ରଭାବିତ ହେବା ଲକ୍ଷ୍ୟ କରାଯାଇଅଛି । ନବୀନ ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାର ସଫଳ ରୂପାୟନ , କେନ୍ଦ୍ରୀୟ ଯୋଜନାର ସମତୁଲ ପରିଚାଳନା , ମହାମାରୀ ଜନ ବିଧ୍ୱଂସୀ ଅଦୃଶ୍ୟ କରୋନା ଭୂତାଣୁ ବିପକ୍ଷ ଯୁଦ୍ଧ ପରିଚାଳନା , ସର୍ବୋପରି ବେ ରୋଜଗାରି , ବେକାରୀ ,ମହିଳା ସଶକ୍ତିକରଣ ଓ ନ୍ୟାୟ ପ୍ରଦାନ ସହ ଖଟିଖିଆ ଶ୍ରମିକ ବର୍ଗଙ୍କ ପାଇଁ ପ୍ରଣୀତ ଯୋଜନା ପାଇଁ ନବୀନ ବାବୁ ପୁରସ୍କୃତ ଯୋଗ୍ୟ ହୋଇଥିବାରୁ ବିଜୁ ଜନତା ଦଳର ଛାମୁଆଁ ସଂଗଠନ ବିଜୁ ଛାତ୍ର ଓ ଯୁବ ଜନତା ଦଳ ସହ ଅଞ୍ଚଳ ବିଜୁ ଅନୁଗାମୀ ମହଲରେ ସନ୍ତୋଷ ଭାବ ପ୍ରକଟିତ ହୋଇଅଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ନେତୃତ୍ଵଙ୍କ ଆହ୍ୱାନ ଓ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ଲକ୍ଷ୍ମଣ ଚୌଧୁରୀଙ୍କ ନିର୍ଦ୍ଦେଶମତେ ଆଜି ସାନଖେମୁଣ୍ଡି ବ୍ଲକ୍ ସଂଶ୍ଳିଷ୍ଟ ସଂଗଠନ ପକ୍ଷରୁ ଦିଗପହଣ୍ଡି ତହସିଲଦାରଙ୍କ ଜରିଆରେ ଏକ ଶୁଭେଛା ବାର୍ତ୍ତା ପ୍ରଦାନ କରାଯାଇଅଛି । ସାନଖେମୁଣ୍ଡି ଯୁବ ଜନତା ଦଳ ସଭାପତି ତଥା ଯୁବ ସଂଗଠକ ଶ୍ରୀ ସନ୍ତୋଷ କୁମାର ବିଷୋୟୀଙ୍କ ନେତୃତ୍ବରେ ଅଞ୍ଚଳ ଯୁବ ଓ ଛାତ୍ର ଜନତା ଦଳର କର୍ମୀ ଓ ସଂଗଠକ ସମବେଶପୂର୍ଣ କାର୍ଯ୍ୟକ୍ରମ ସହକାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ଲୋଗାନ ଦେବା ସହିତ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପୂର୍ବ ପ୍ରସ୍ତୁତ ଶୁଭେଛା ବାର୍ତ୍ତା ପ୍ରଦାନ୍ କରିଥିଲେ । ତହସିଲଦାରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ପ୍ରଶାସନିକ ଅଧିକାରୀଙ୍କ କର୍ତ୍ତବ୍ୟ ପରାୟଣ ମନୋଭାବକୁ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ , ବ୍ଲକ୍ ବିଜେଡି ସଭାପତି ଶ୍ରୀ ଧୋବା ସ୍ବାଇଁ , ଅଶୋକ ସାବତ , ସୁନିଲ ଗୌଡ , ଜିତେନ୍ଦ୍ର ଗୌଡ , ଗୌରୀଶଙ୍କର ତ୍ରିପାଠୀ , ସଚିନ ଗୌଡ , ମହନ୍ତର ସାହୁ , ସାଗର ଗୌଡ , ଶିବ ଗୌଡ , ଇନ୍ଦ୍ର ପ୍ରଧାନ , ହରିହର ମହାପାତ୍ର ପ୍ରମୁଖ ସକ୍ରିୟ ଯୁବ ଚେହେରା ସାମିଲ୍ ଥିଲେ ।
ସନ୍ତୋଷ କୁମାର ଦାଶ