ବ୍ରହ୍ମପୁର,୨୨/୦୧/୨୦୨୧:
ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସମ୍ପ୍ରତି ପଞ୍ଚାୟତ ଉପନିର୍ବାଚନ କାର୍ଯ୍ୟକ୍ରମ ପରିଚାଳନା ହେଉଥିବା ଅବସରରେ ଦଳୀୟ କାର୍ଯ୍ୟକ୍ରମ ନେଇ ସାଧାରଣରେ ଉତ୍ସୁକତା ଆଣିଛି । ସାନଖେମୁଣ୍ଡି ବ୍ଲକର ପାଇକ ରାମଚନ୍ଦ୍ରପୁର ସରପଞ୍ଚ ଓ ଧରାକୋଟ ବ୍ଲକ୍ ଯାହାଡା ପଞ୍ଚାୟତର ସମିତି ସଭ୍ୟ ନିର୍ବାଚନ ପାଇଁ ଫେବୃୟାରୀ ୧୨ ତାରିଖରେ ଭୋଟ ଗ୍ରହଣ ସମୟ ଧାର୍ଯ୍ୟ ହୋଇଅଛି ।ଉଭୟ ବିଜେଡି ଓ କଂଗ୍ରେସ ଦଳ ସହ ବିଜେପି ନିଜନିଜ ସମର୍ଥିତ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ପ୍ରସ୍ତୁତିରେ ଥିବାବେଳେ ଅସମୟରେ ଦଳବଦଳକୁ ନେଇ ସାଧାରଣରେ ଚର୍ଚ୍ଚା ଧରିଛି ।ସଦ୍ୟପ୍ରାପ୍ତ ଖବର ପ୍ରକାରେ ସାନଖେମୁଣ୍ଡି ବ୍ଲକ୍ ପଟିଗୁଡା ଗ୍ରାମପଞ୍ଚାୟତର ବ୍ରାହ୍ମଣପଙ୍କ ଗ୍ରାମ ଆଦିବାସୀ ସାହିର ପ୍ରାୟ ଦଶ ଗୋଟି ପରିବାର ଆଜି ଧରାକୋଟ ରାଜ ପ୍ରାସାଦରେ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ପ୍ରେରଣାରେ ବିଜେଡିରେ ମିଶିଥିବା ସୂଚନା ରହିଅଛି ।
ସୂଚନା ପ୍ରକାରେ ବ୍ରାହ୍ମଣ ଗ୍ରାମର ପୀତବାସ ମଳିକ , ଶିବ ଦଳେଇ , ଉଦୟ ମଳିକ , ରାଘବ ଦଳେଇ , ପବିତ୍ର ମଳିକ , ସହଦେଵ ମଳିକ , ସାଇବ ବାଡ଼ତ୍ୟା , ସନ୍ତୋଷ ଗୌଡ଼ , ବାସବ ସେଠି , ଦଣ୍ଡପାଣି ମଳିକ ପ୍ରମୁଖ ନିଜ ପରିବାର ସହିତ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ପୂର୍ବତନ ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ଆଜି ସନ୍ଧ୍ୟାରେ ପଟିଗୁଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ସିମଞ୍ଚଳ ଗୌଡ , ସମିତି ସଭ୍ୟ ଶ୍ରୀମତୀ ମମତା ମାଲିକ , ସିମଞ୍ଚଲ ପାତ୍ର , ଯାଗିଲି ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀମତୀ ନନ୍ଦିନୀ ଦେବୀ ସମସ୍ତ ପରିବାର ମୁଖିଆଙ୍କୁ ଦଳୀୟ ଉତ୍ତରୀୟ ଓ ଉପଢ଼ୌକନ ପରିଧାନ କରାଇ ବିଜେଡି ଦଳରେ ସାମିଲ କରିଥିବା ଜଣା ଯାଇଅଛି ।
ସନ୍ତୋଷ କୁମାର ଦାଶ ।