ବ୍ରହ୍ମପୁର, ୨୨/୦୧/୨୦୨୧: କଂଗ୍ରେସ ଦଳର ଓଡ଼ିଶା ଦାୟିତ୍ୱରେ ଥିବା ରାଷ୍ଟ୍ରୀୟ ପ୍ରଭାରୀ ବରିଷ୍ଟ କଂଗ୍ରେସ ନେତା ଡ , ଚେଲ୍ଲା କୁମାରଙ୍କ ଓଡ଼ିଶା ଆଗମନ ସହ ଗଞ୍ଜାମ ଜିଲ୍ଲା ଗସ୍ତକୁ ସଫଳ କରିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ କୁକୁଡ଼ାଖଣ୍ଡି ବ୍ଲକର ବଉଲଝୋଳି ସ୍ଥିତ ଫାର୍ମ ହାଉସ ଠାରେ ଆଜି ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା କଂଗ୍ରେସର ବିଧାୟକ ପ୍ରାର୍ଥୀ , କର୍ମକର୍ତ୍ତା ଓ ଛାମୁଆଁ ସଂଗଠକ ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତୁତି ବୈଠକରେ ରୂପରେଖ ଚୁଡାନ୍ତ କରିଛନ୍ତି । ଜିଲ୍ଲା ସ୍ତରୀୟ କଂଗ୍ରେସ କର୍ମକର୍ତ୍ତା ତଥା ପ୍ରମୁଖ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରି ଦଳୀୟ ସଂଗଠନର ସୁଦୃଢ କରିବା ନେଇ ପରାମର୍ଶ କରିଛନ୍ତି ।ଆସନ୍ତା ସମୟର ଦଳୀୟ କାର୍ଯ୍ୟଧାରା ସହିତ ଆଗାମୀ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ କଂଗ୍ରେସର ଆବିର୍ଭାବର ନୂଆଁ ରୂପରେଖ ନେଇ ଚୁଡାନ୍ତ ରଣନୀତି ପାଇଁ ସଜାଗ ରହିବାକୁ ଉପସ୍ଥିତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଅନୁପ୍ରାଣିତ କରିଛନ୍ତି ।
ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ କୁମାର ପଣ୍ଡା , ଶଭୁନାଥ ପାଣିଗ୍ରାହୀ , ସୁବାଷ ରାଉତ , ଧର୍ମା ରେଡ୍ଡୀ , ହରି ଚରଣ ସ୍ୱାଇଁ , ଜିଲ୍ଲା କଂଗ୍ରେସ ଆଇନ ସେଲ୍ ଅଧ୍ୟକ୍ଷ ରବିନ୍ଦ୍ର କୁମାର ଦେଓ , ପ୍ରଶାନ୍ତ ବିଷୋୟୀ , ସୁଜୟ ଆଚାର୍ଯ୍ୟ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା , ଅବନୀ ଶତପଥୀ, କେ କୁନା , ସରୋଜ ସାହୁ , ସଂଗ୍ରାମ ରାଉତଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମର ରୂପରେଖ ଚୂଡାନ୍ତ କରିଥିଲେ ।
ସନ୍ତୋଷ କୁମାର ଦାଶ ।