ବ୍ରହ୍ମପୁର,୨୨/୦୧/୨୦୨୧: ଖେମୁଣ୍ଡି ସ୍ପର୍ଟିଙ୍ଗ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ଖେମୁଣ୍ଡି ଆନ୍ତଃଜିଲା ଭଲିବଲ ଟୁର୍ଣ୍ଣାମେଣ୍ଟର ଆଜି ଶୁକ୍ରବାର ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲରେ ଗଜପତି ଜିଲ୍ଲାର ଗୁମ୍ମା ଟିମ୍ ପାଟପୁର ଟିମକୁ ୩-୧ ସେଟରେ ହରାଇ ଫାଇନାଲକୁ ପ୍ରବେଶ କରିଥିବା ଜଣାଯାଇଅଛି ।
ଆଜିର ଏହି ମ୍ଯାଚ ପାଇଁ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବକୁ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲା ବେଳେ ପଦ୍ମନାଭପୁୁର ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି , ବିଜେଡି ଯୁବନେତା , ସଂଗଠକ ତଥା ଆଇନଜୀବୀ ଶ୍ରୀ ରାମକୃଷ୍ଣ ପାଢ଼ୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ମଞ୍ଚାସୀନ ରହିଥିଲେ ।
ସଭାପତି ଶ୍ରୀ ଶିବ ଶଙ୍କର ମହାଙ୍କୁଡଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉପଦେଷ୍ଟା ଶ୍ରୀ କୁରେଶୁ ମହାରଣା ପରିଚାଳନା କରିଥିଲେ । ଦର୍ଶକଙ୍କ ଉତ୍କଣ୍ଠା ବଢାଉଥିବା ଆଜିର ମ୍ୟାଚରେ ଛତ୍ରପୁର ଅଞ୍ଚଳର ବରିଷ୍ଠ କ୍ରୀଡାବିତ ଗୋବିନ୍ଦ ବାବୁ ରେଫର ଦାୟିତ୍ଵ ତୁଲାଇଥିବା ବେଳେ ଆୟୋଜକ କମିଟି ସମ୍ପାଦକ ଅର୍ବ୍ଦୁ . ଗୋବିନ୍ଦ , କୋଷାଧ୍ୟକ୍ଷ ପ୍ରଭାକର ରେଡ୍ଡୀ , କାର୍ଯ୍ୟକର୍ତ୍ତା କେ. କୁନା , ରାମକୃଷ୍ଣ ମେକାପ , ବାରିକ ବେହେରା , ଆର. ମୁନ୍ନା , ଗୋପାଳକୃଷ୍ଣ ପଣ୍ଡା , ଦିବାକର ପ୍ରଧାନ , ଶିବ ବେହେରା, ନରେନ୍ଦ୍ର ସାହୁ ପ୍ରମୁଖ ମ୍ୟାଚ ପରିଚାଳନାରେ ସହାୟତା କରିଥିଲେ । ଖେଳ ଶେଷରେ ପାଟପୁର ଦଳର ସୂର୍ଯ୍ୟ ପୃଷ୍ଟିଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ କରାଯାଇଥିଲା । ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚ୍ ଗଜପତି ଜିଲ୍ଲାର ଗୁମ୍ମା ଓ ମୋହନା ଦଳ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ନେଇ କ୍ଲବ ପକ୍ଷରୁ ସୂଚିତ କରାଯାଇଅଛି ।
ସନ୍ତୋଷ କୁମାର ଦାଶ ।