ନାଟକ “ବୀର ଶିଶୁ ଅଭିମନ୍ୟୁ” ଉଦଘାଟିତ

0
206

ବ୍ରହ୍ମପୁର,୦୪/୦୧/୨୦୨୧:କରୋନା କଟକଣା ପରେ ଜରଡ, ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ଯୁବ ନାଟ୍ୟକଳା ସଂସଦ ପ୍ରଯୋଜିତ ପୌରାଣିକ ନାଟକ “ବୀର ଶିଶୁ ଅଭିମନ୍ୟୁ” କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ କବିସୂର୍ଯ୍ୟ ନଗର ବ୍ଲକ ଅଧ୍ୟକ୍ଷ ସନ୍ତୋଷ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗ୍ରାମୀଣ ନାଟକ ସର୍ବାଧିକ ୧୫ (ପନ୍ଦର) ଘଣ୍ଟା ଅବଧି ଯୁକ୍ତ ଓ ଅପସଂସ୍କୃତି ବିହୀନ ପ୍ରତି ଉଭୟ ନାଟ୍ୟ ନିର୍ଦ୍ଦେଶକ ଓ ନାଟ୍ୟ ପରିଚାଳନା କମିଟି ସଚେତନ ରହିବା ଆବଶ୍ୟକ ବୋଲି ସଙ୍ଘୀୟ ସୂଚନା ଦେଇଥିଲେ । ସର୍ବଶ୍ରୀ ନିର୍ମଳ ଚନ୍ଦ୍ର ସାହୁ, ଭଗବାନ ସ୍ବାଇଁ, ସୁନୀଲ କୁମାର ପୋଲାଇ, କୁମର ଜେନା, ନିରଞ୍ଜନ ଗୌଡ଼, ତପନ କୁମାର ପ୍ରଧାନ, କେଶବ ପ୍ରଧାନ, ଟି. ଲକ୍ଷ୍ମୀ ପ୍ରଧାନ, ସୁଦେଷ୍ଣା ବେହେରା, ସାବିତ୍ରୀ ତାରିଣୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନାଟ୍ୟ ସଂସ୍କୃତି କର୍ମକ୍ଲିଷ୍ଟ ଜନତାଙ୍କୁ ଚିତ୍ତବିନୋଦନର ଖୋରାକ ଯୋଗାଇ ଦେବା ସହ ସମାଜ ସଚେତନ କ୍ଷେତ୍ରରେ ସହାୟତା କରିଥାଏ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ଉଦ୍ଘାଟିକା ଶ୍ରୀମତି ପ୍ରଧାନ ସମ୍ମିଳିତ ଭାବେ ଉଦ୍ଘାଟିତ ନାଟକର ନିର୍ଦ୍ଦେଶକ ଗୁରୁ ସଞ୍ଜୟ କୁମାର ବିଶୋୟୀଙ୍କୁ ଉଭୟ ମଞ୍ଚଜ୍ୟୋତି ଏବଂ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ମାନପତ୍ର, ଉପଢୌକନ ଓ ସ୍ମାରକୀ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ନାଟ୍ୟ କଳା ସଂସଦ ପକ୍ଷରୁ ଅତ୍ୟନ୍ତ ସଫଳତାର ସହ ନାଟକ ମଞ୍ଚସ୍ଥ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ସୂର୍ଯ୍ୟମଣି ଜେନା, ସୁବାସ ଚନ୍ଦ୍ର ସ୍ୱାଇଁ, ପବିତ୍ର ତ୍ରିପାଠୀ, ଦିବାକର ମେହେଣା, ରାଜେଶ କୁମାର ତ୍ରିପାଠୀ, ପ୍ରତାପ ପଣ୍ଡା, ସୁରେନ୍ଦ୍ର ପାଢ଼ୀ, ରାଜୁ ସାହୁ, ପୀତବାସ ପଣ୍ଡା, ନୀଳାଚଳ ମହାନ୍ତି, ଜଗନ୍ନାଥ ପଣ୍ଡା, ଲଳିତ ଡାକୁଆ, ଈଶ୍ୱର ମହାନ୍ତି, ଧନୁର୍ଦ୍ଧର ଜେନା, ଅରୁଣ କୁମାର ଜେନା, ବିଦେଶୀ ତାରିଣୀ, ବାଲାଜୀ ପଣ୍ଡା, ଟୁଲୁ ଜେନା, ବିନାୟକ ସାହୁ, ବସନ୍ତ କୁମାର ସାହୁ, ଶିଶିର କୁମାର ପଣ୍ଡା, ବିଚିତ୍ର ରଥ, ଡାକ ସ୍ୱାଇଁ, ନିରଞ୍ଜନ ମହାନ୍ତି, ନିରାକାର ସେଠୀ, ଦେବାଶିଷ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here