ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ରେ ଦନ୍ତ ଓ ମୁଖ ରୋଗ ସମ୍ବଦ୍ଧୀୟ କର୍ମଶାଳା

0
392

ବ୍ରହ୍ମପୁର, ୧୧/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ସଂଜୀବନୀ ଟ୍ରଷ୍ଟ, ଭୂବନେଶ୍ୱର ତରଫରୁ ଦନ୍ତ ଓ ମୁଖ ସଂକ୍ରାନ୍ତୀୟ ରୋଗ ଓ ନିରାକରଣ ଶୀର୍ଷକରେ ଏକ ସଚେତନତା ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି। ସେ ସ୍ବାସ୍ଥ୍ଯ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ କର୍ମଶାଳା କୁ ଉଦଘାଟନ କରିଥିଲେ। ଦନ୍ତ ସଂଜୀବନୀ ପକ୍ଷ ରୁ ଡାକ୍ତର ରେମନ୍ କୁମାର ମିଶ୍ର, ଡାକ୍ତର ସ୍ବାତୀ ସାହୁ, ଡାକ୍ତର ସ୍ମରଣିକା ଦେବୀ କର୍ମଶାଳା କୁ ତ୍ବରାନ୍ବିତ କରିଥିଲେ। ବିଭିନ୍ନ ଦନ୍ତ ସମସ୍ୟା ଓ ଏହାର ସମାଧାନ ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା। କର୍ମଶାଳା ର ଦ୍ବିତୀୟ ପର୍ଯ୍ୟାୟରେ ବିଶ୍ବବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ମାନଙ୍କ ର ଦନ୍ତ ପରିକ୍ଷା କରାଯାଇଥିଲା। ଦନ୍ତ ଓ ମୁଖ ସମ୍ବଦ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ମାଧ୍ୟମରେ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here