ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଓ ଗଞ୍ଜାମ ଜିଲ୍ଲା ର ଦୃତ ବିକାଶ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର ସ୍ମାରକ ପତ୍ର ପ୍ରଦାନ

0
484

ବ୍ରହ୍ମପୁର, ୧୧/୦୨/୨୦୨୧(ବ୍ୟୁରୋ)
ବ୍ରହ୍ମପୁର ଠାରେ ଗ୍ରୀନ ଫିଲ୍ଡ ଡୋମେଷ୍ଟିକ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା, ଗଞ୍ଜାମ ଜିଲ୍ଲା ରେ ଦୃତ ଶିଳ୍ପାୟନ, ରେଳପଥ ଓ ପର୍ଯ୍ୟଟନ ଶିଳ୍ପ ର ବିକାଶ ପାଇଁ ୧୫ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ତରଫରୁ ଦାବି କରାଯାଉଛି ଓ ଗତ ୬ ମାସହେଲା ପ୍ରତିବାଦ ସଭା, ରାଲି, ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଲକ ରେ ଜନ ସଚେତନତା ସଭା, ମାନନୀୟ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବରିଷ୍ଠ ଅଧିକାରୀ, ଲୋକ ପ୍ରତିିନିଧି ଓ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ଚାଲୁ ରହିଛି। କିନ୍ତୁ ଅଦ୍ୟାବଧି ଏହିସବୁ ଦାବି ର ଅଗ୍ରଗତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।ତେଣୁ ଏହି ଦାବି ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପୁଣି ଅବଗତ କରାଇବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଓ ଅନ୍ୟ ସାମାଜିକ ସଂଗଠନ ର କାର୍ଯ୍ୟକର୍ତ୍ତା ଗତ ଦିନରେ ବ୍ରହ୍ମପୁର ସାସଂଦ,ବିଧାୟକ, ଆସିକା ସାସଂଦ ଓ ଅନ୍ୟ ଲୋକ ପ୍ରତିନିଧି ଙ୍କୁ ଭେଟିଥିବା ବେଳେ ସେହି କ୍ରମରେ ଆଜିି ମାନନୀୟ ଓଡ଼ିଶା ବିଧନସଭାର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଦକ୍ଷିଣ ଓଡ଼ିଶା ର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଗ୍ରୀନ ଫିଲ୍ଡ ଡୋମେଷ୍ଟିକ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା, ଗଞ୍ଜାମ ଜିଲ୍ଲା ରେ ଦୃତ ଶିଳ୍ପାୟନ, ରେଳ ବିଭାଗ ଦ୍ଵାରା ସଦା ଅବହେଳିତ ହେଉଥିବା ଗଞ୍ଜାମ ଜିଲ୍ଲା ରେ ରେଳ ପଥ ର ବିକାଶ ଓ ଜିଲ୍ଲା ରେ ପର୍ଯ୍ୟଟନ ଶିଳ୍ପ ର ଦୃତ ବିକାଶ ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢୀ, ବହୁମୁଖି ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଗଣସଂଗଠନ ର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶୀଳ ଉତ୍କଳ ସମାଜ ଗଣସଂଗଠନ ର ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ, ଓଡ଼ିଶା ଡେଭଲପମେଣ୍ଟ ଫୋରମ ର ବରିଷ୍ଠ ସଦସ୍ୟ ଭି. ସୋମେଶ୍ୱର ରାଓ, ଅଜୟ ସାହୁ, ପ୍ରୀତିଶ୍ ପାଣିଗ୍ରାହୀ, ଅବିଭାବକ ମହାସଂଘ ର ମଧୁସୂଦନ ସାହୁ, ଡିଭାଇନ୍ ଚ୍ୟାରିଟେବଲ ର ବିରଞ୍ଚି ନାରାୟଣ ସାହୁ ଓ ଅନ୍ୟ ଗଣସଙ୍ଗଠନ ର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

UDDAN ଯୋଜନା ଅନ୍ତର୍ଗତ ରାଉରେକଲା (ଯାହା ଝାରସୁଗୁଡା ବିମାନ ବନ୍ଦର ଠାରୁ ମାତ୍ର ୯୦ କିମି ଦୂରରେ ଅବସ୍ଥିତ), ଉତ୍କେଲା, ପୁରୀ ଯାହା ଭୁବନେଶ୍ଵର ଠାରୁ ମାତ୍ର ୫୯ କି. ମି ଦୂରରେ ଅବସ୍ଥିତ, ପାରାଦ୍ୱୀପ, ଜୟପୁର ଭଳି ଛୋଟ ଛୋଟ ସହର ରେ ସରକାର ବିମାନ ବନ୍ଦର ପ୍ରତିଷ୍ଠା କରୁଛନ୍ତି, କିନ୍ତୁ ବ୍ରହ୍ମପୁର ମହାନଗର ଯାହା ଓଡିଶା ର ଦ୍ଵିତୀୟ ବୃହତ୍ତମ ସହରୀ କ୍ଲଷ୍ଟର ଏବଂ ଭାରତର ପୂର୍ବ ଉପକୂଳର ଏକ ଉଦୀୟମାନ ସହର ସେଠି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବିମାନ ଚଳାଚଳ ବିଭାଗ ଏବଂ ଓଡିଶା ସରକାର ମିଳିତ ଭାବେ ପାତର ଅନ୍ତର ନିତି ଅବଲମ୍ବନ କରୁଥିବାରୁ ଫୋରମ ର ସଦସ୍ୟଗଣ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ ।ଏହିସବୁ ବିଷୟ ଉପରେ ଜିଲ୍ଲା ର ବିଧାୟକ ବିଧାନ ସଭାରେ ଚର୍ଚ୍ଚା କରି ସମାଧାନ ର ରାସ୍ତା ବାହାର କରିବା ପାଇଁ ମାନନୀୟ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଓ ତ୍ୱରିତ ବିକାଶ ପାଇଁ ସେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଗଞ୍ଜାମ ଜିଲ୍ଲାର ଜନପ୍ରତିନିଧି ଙ୍କୁ ଦାବିପତ୍ର ପ୍ରଦାନ କରି ବ୍ରହ୍ମପୁର ଠାରେ ବିମାନ ବନ୍ଦର ଓ ଶିଳ୍ପ ପ୍ରତିଷ୍ଠା କୁ ତ୍ବରାନ୍ବିତ କରିବା ଓ ସରକାରି ଅବେହଳା ରୁ ଜିଲ୍ଲା କୁ ମୁକ୍ତ କରିବା ଲକ୍ଷ୍ଯ ରେ ଓଡ଼ିଶା ଡେଭଲପେମଣ୍ଟ ଫୋରମ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି।

LEAVE A REPLY

Please enter your comment!
Please enter your name here