ବ୍ରହ୍ମପୁର,୧୨/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଜିଲ୍ଲା କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ନିକଟରୁ ଦଳୀୟ ହୋଡିଂ ହଟାଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ। ଦଳର ସଂଗଠନକୁ ସୁଦୃଢ଼ କରିବା ନେଇ କର୍ମୀମାନେ ଦଳୀୟ ହାତ ଚିହ୍ନ ସହ କର୍ମକର୍ତାଙ୍କ ଫୋଟ ଥିବା ହୋଡିଂ ଲଗାଇଥିଲେ। ତେବେ ହୋଡିଂ ଗୁଡିକୁ କୌଣସି ଖଳ ପ୍ରକୃତିର ବ୍ୟକ୍ତି କିମ୍ବା ଵ୍ରହ୍ମପୁର ଆଞ୍ଚଳିକ କତ୍ତୃପକ୍ଷଙ୍କ ଆଦେଶ ପ୍ରକାରେ ହଟାଯାଇଥିବା କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି। ତେବେ ମନ୍ଦ ଉଦେଶ୍ୟ ରଖି ଏକ ନିର୍ଦ୍ଧିଷ୍ଟ ଦଳର ନେତା ଓ କର୍ମୀଙ୍କ ହୋଡିଂ ଗୁଡିକୁ ହଟାଯିବା ନିନ୍ଦନୀୟ ବୋଲି କହିବା ସହ ଜାତୀୟ ଦଳକୁ ଓ ଏହାର ନେତାଙ୍କୁ ଅସମ୍ମାନ କରାଯାଇଥିବା କଂଗ୍ରେସ କର୍ମୀ କହିଛନ୍ତି। ତେବେ ଘଟଣାର ତଦନ୍ତ କରି ପକ୍ଷପାତ କରୁଥିବା କତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଵ୍ରହ୍ମପୁର ଟାଉନ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର କଂଗ୍ରେସ କର୍ମୀ ମାନେ ପ୍ରଦାନ କରିଛନ୍ତି। ଏହି ଅବସରରେ ରବୀନ୍ଦ୍ର କୁମାର ଦେବ,ସୂଜୟ କୁମାର ଆଚାର୍ଯ୍ୟ, ସିଦ୍ଧାନ୍ତ କୁମାର ସାହୁ, ବିକାଶ ନାୟକ, ସୁଜିତ ଦାସ, ଏସ ଦଣ୍ଡପାଣି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।