ବ୍ରହ୍ମପୁର, ୧୨/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାରେ ଧାନ ମଣ୍ଡିରେ ହେଉଥିବା ନିମ୍ନ ଅନିୟମିତତା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ଆଜି କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟନନ୍ଦନ ଙ୍କ ନେତୃତ୍ୱରେ ଏକ କର୍ମକର୍ତା ମାନେ ଏକ ଶୋଭାଯାତ୍ରାରେ ଆସି ଵ୍ରହ୍ମପୁର ଅରଡ଼ିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯଥାଶୀଘ୍ର ଚାଷୀଙ୍କୁ ଟୋକେନ୍ ଯୋଗାଇବା,ଯେଉଁ ଚାଷୀଙ୍କ ଟୋକେନ୍ ଅବଧି ସରିଛି ତାଙ୍କୁ ପୁନର୍ବାର ଟୋକେନ୍ ଯୋଗାଇବା,ଏସଏଏସ-ଏମଏଏସ ମଧୁଚନ୍ଦ୍ରିକା ରେ ଚାଷୀଙ୍କୁ ହଇରାଣ ନକରିବା,ଏଫଏକ୍ୟୁ ପରୀକ୍ଷା ନକରି ଏଫଏକ୍ୟୁ ନାମରେ ଚାଷୀର ଧାନରୁ କ୍ୱିଣ୍ଟାଲ ପିଛା ୫-୧୦ କିଗ୍ରା କାଟି ହେଉଥିବା ବ୍ୟାପକ ହେରଫେରକୁ ବନ୍ଦ କରିବା, ଚାଷୀକୁ ଅଖ୍ୟ,ପରିବହନ ଖର୍ଚ୍ଚ, ସୁତୁଲୀ ଖର୍ଚ୍ଚ ପ୍ରଦାନ କରିବା, ଅବିଳମ୍ବେ ମୋଦି ଦେଉଥିବା ଏମଏସପି ୧୮୬୮ ଟଙ୍କା ଚାଷୀ ଖାତାକୁ ପଠାଇବା, ଇତ୍ୟାଦି ଦାବି ନେଇ କର୍ମକର୍ତା ମାନେ ଆନ୍ଦୋଳନ କରିଥିଲେ। ଏନେଇ କୃଷକ ମୋର୍ଚ୍ଚା ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି,ରବିନ୍ଦ୍ର କୁମାର ସାହୁ,ପ୍ରବୀର ପାତ୍ର, ବବିତା ପାତ୍ର,ମଦନ ମୋହନ ପାତ୍ର,ରାମ କୁମାର ପାତ୍ର,ପ୍ରଭାତ ଷଡଙ୍ଗୀ,ଙ୍କ ସମେତ ବହୁ ଦଳୀୟ କର୍ମୀ ପ୍ରମୁଖ ସାମିଲ ହୋଇଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଧାନ ମଣ୍ଡିରେ ଅନିୟମିତତା ଅଭିଯୋଗ ରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି...