ବୁଗୁଡା,୧୨/୦୨/୨୦୨୧: ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ବହନ କରିଛନ୍ତି ବେଲଗୁଣ୍ଠା ବିଇଓ ପ୍ରଶନ କୁମାର ବେହେରା। ଫେବୃଆରୀ ୧୨ ତାରିଖ ଦିନ କାର୍ଯ୍ୟଭାର ଗ୍ରହଣ କରିବା ପରେ ବୁଗୁଡା ଏବିଇଓ ପିତାମ୍ବର ବିଷୋୟୀ ଓ ପ୍ରମୋଦ ଚନ୍ଦ୍ର ସେନାପତି ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏଥିସହ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ବୃନ୍ଦ ମଧ୍ୟ ନୂତନ ବିଇଓ ଶ୍ରୀ ବେହେରାଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରାକ୍ତନ ବିଇଓ ନୀଳମାଧବ ଷଡ଼ଙ୍ଗୀ ଗତ ଜାନୁୟାରୀ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିଲେ। ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଭାରପ୍ରାପ୍ତ ବିଇଓ ଭାବେ କାର୍ଯ୍ୟ ତୁଲାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ସଂଖ୍ୟା ୨୧୨୬ ତା ୧୦-୦୨-୨୧ ପ୍ରକାରେ ବେଲଗୁଣ୍ଠା ବିଇଓ ଶ୍ରୀ ବେହେରାଙ୍କୁ ବୁଗୁଡା ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା