ଭୂବନେଶ୍ୱର, ୦୩/୦୩/୨୦୨୧:ଭୁବନେଶ୍ୱରରେ ବଳପୂର୍ବକ ସାଇନାଥ ବସ୍ତି ଉଛେଦ ଚାଲିଛି।ଗୋଟିଏ ପଟରେ ସରକାର ଓ ପ୍ରଶାସନ ଘୋଷଣା କରିଛନ୍ତି ବସ୍ତି ଉଛେଦ କରାଯାଉ ନାହିଁ। ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଉଛି। ନିଜେ ମୁଖ୍ୟମନ୍ତ୍ରୀ ବସ୍ତିବାସିନ୍ଦାଙ୍କୁ ସହରର ଜୀବନ ରେଖା ଘୋଷଣା କରିଛନ୍ତି। ବସ୍ତିବାସିନ୍ଦାଙ୍କୁ ବଳପୂର୍ବକ ଉଛେଦ ନ କରିବାକୁ ଆଇନ ରହିଛି। ଉଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ କରିବାକୁ ବିଧି ରହିଛି। କିନ୍ତୁ କୌଣସି ଆଇନ କାନୁନକୁ ଖାତିର ନକରି ବଳପୂର୍ବକ ବସ୍ତିଭାଙ୍ଗି ଚାଲିଛନ୍ତି ରାଜ୍ୟ ନବୀନ ସରକାର। ଏହାର ଏକମାତ୍ର କାରଣ ରାଜ୍ୟରେ ବିଜେଡି ଦଳ ସଂଖ୍ୟା ଗରିଷ୍ଠ। ନିରଙ୍କୁସ ଶାସନ କ୍ଷମତା ତାଙ୍କ ହାତରେ। ବିରୋଧୀ ଦଳ ନାହିଁ କହିଲେ ଚଳେ।
ସବୁ ବସ୍ତିବାସିନ୍ଦା ଭୋଟ ଜରିଆରେ ଏଭଳି ରକ୍ଷାସ ଶାସକ ଦଳକୁ ଯଦି ହରାଇବାକୁ ଶପଥ ନନେବେ ତେବେ ପରିଣତି ଆହୁରୀ ଭୟଙ୍କର ହେବ। ଯେଉଁ ନେତାଙ୍କୁ ଭୋଟ ଦେଇଥିଲେ। ଯେଉଁମାନଙ୍କ ସାଙ୍ଗରେ ଯାଇ ଶାସକ ଦଳର ପତକା ଧରି ମୁଖ୍ୟମନ୍ତ୍ରୀଙ୍କ ଜିନ୍ଦାବାଦ ଧ୍ୱନି ଦେଇଥିଲେ। ସେମାନେ ଆଜି ଅତି ନିର୍ଦ୍ଦୟ ଭାବରେ ସେମାନଙ୍କ ଘର ଭାଙ୍ଗି ଦେଉଛନ୍ତି।