ବୁଗୁଡା, ୦୯/୦୩/୨୦୨୧: ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ର ମହିଳା ମଣ୍ଡଳ ପକ୍ଷରୁ ମାର୍ଚ୍ଚ ୮ ତାରିଖ ଦିନ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି। ସୁରାଟ ମହାନଗର ନିଗମର ଅମ୍ରିଲ, ବେସ୍ଥାନ ଓ ଛଚିନ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମହିଳା ମଣ୍ଡଳ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଥିଲା। ତିନି ଅଞ୍ଚଳରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟ୍ରଷ୍ଟ ମୁଖ୍ୟ ତଥା ସଭାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଓ ଆଇନ ପରାମର୍ଶ ଦାତ୍ରୀ ଆଡଭୋକେଟ ସ୍ୱାତୀ ରାଖଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଫିସ ସମ୍ପାଦକ ଜୟରାମ ଦଳେଇ ଓ ପୁଷ୍ପଲତା ମହାଶୟା ପ୍ରତ୍ୟେକ ଅଞ୍ଚଳରେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅମ୍ରିଲ ଅଞ୍ଚଳର ସଙ୍ଗଠକ ହେମନ୍ତ ଭାଇ, ବେସ୍ଥାନ ଅଞ୍ଚଳର ସଂଗଠକ ରୁନୁ ଭାଇ, ତ୍ରିଲୋଚନ ଭାଇ, ସରୋଜ ଓ ଭାଇ, ଏବଂ ଛଚିନ ଅଞ୍ଚଳର ସଙ୍ଗଠକ ଗୋପୀ ଭାଇ ଓ ଅଚ୍ୟୁତ ଭାଇ ନିଜ ଅଞ୍ଚଳରେ ପରିଚାଳନା ଦାୟିତ୍ବ ଗ୍ରହଣ କରିଥିଲେ। ପ୍ରତ୍ୟେକ ବୈଠକରେ ସଭାପତି ଶ୍ରୀ ସାହୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ତାହାର ସୁଯୋଗ ନେଇ ପ୍ରତ୍ୟେକ ଓଡ଼ିଆ ଭଉଣୀ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଥିଲେ। ଯେ କୌଣସି କାର୍ଯ୍ୟ ପାଇଁ ସହଯୋଗ ଦେବାକୁ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସର୍ବଦା ସଜାଗ ଥିବା ପ୍ରକାଶ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା