ଶେରଗଡ,୦୯/୦୩/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଆସିକା କୃଷି ଜିଲ୍ଲା ଅନ୍ତର୍ଗତ ଆସିକା, ଧରାକୋଟ, ଶେରଗଡ଼, ସୋରଡ଼ା ବ୍ଲକର ସମସ୍ତ କୃଷି କର୍ମଚାରୀ, ଆତ୍ମା କର୍ମଚାରୀ ଓ କୃଷକ ସାଥୀମାନଙ୍କୁ ନେଇ ବିମଳା କଲ୍ୟାଣ ମଣ୍ଡପ ଠାରେ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କୃଷି ବିଭାଗରେ ଚାଲିଥିବା ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ଯଥା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ,ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା,ବଳରାମ ଯୋଜନା, ରାଜ୍ୟ ଯୋଜନା ଅନ୍ତର୍ଗତ ବିହନ ବିଶୋଧନ କାର୍ଯ୍ୟକ୍ରମ, ଧାଡ଼ିରୁଆ ଧାନ ପ୍ରଣାଳୀ, ଜଳ ନିଧି, ମାଣ୍ଡିଆ ମିଶନ, ତାରା, ଆଖୁ ଚାଷ ର ବିକାଶ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ଏହାସହ ବିଭାଗୀୟ ଅଧିକାରୀ, କର୍ମଚାୀମାନଙ୍କୁ ଚାଷୀଙ୍କ ମଧ୍ୟରେ ବିଶେଷ ସଚେତନତା ବ୍ୟାପକ କରିବାକୁ ଆଗେଇ ଆସିବା ପାଇଁ ଆହ୍ବାନ ଦିଆଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ରାମଚନ୍ଦ୍ର ମିଶ୍ର ପୌରହିତ୍ୟ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସହକାରୀ କୃଷି ଅଧିକାରୀ ଶ୍ରୀ ନିମାଇଁ ଚରଣ ଦାଶ, ଉପ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କୃଷ୍ଣ ଚନ୍ଦ୍ର ଗୌଡ଼, ବ୍ଲକ କୃଷି ଅଧିକାରୀ ଶ୍ରୀ ବସନ୍ତ କୁମାର ଦେ, ସହକାରୀ କୃଷି ଅଧିକାରୀ ଶ୍ରୀ ଦୀପକ କୁମାର ନାୟକ, ଶ୍ରୀ ସୀତାଶୁଂ ମଲ୍ଲିକ, ଶ୍ରୀମତୀ ସୁଭ୍ରାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।