ବ୍ରହ୍ମପୁର,୦୯/୦୩/୨୦୨୧( ଟୁକୁନା ପ୍ରଧାନ)ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଗଞ୍ଜାମ ଜିଲ୍ଲା ପକ୍ଷରୁ ଅନୁଷ୍ଠାନ ର ମୂଖ୍ୟ ଶିବରାମ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମର ସିଦ୍ଧାର୍ଥ ବାରିକ ଙ୍କ ପରିବାର ବର୍ଗଙ୍କୁ ଅନୁଷ୍ଠାନ ର ସ୍ଵେଚ୍ଛାସେବୀ ସଦସ୍ୟ ମାନେ ଯାଇ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କ ପରିବାର ସହିତ ସୁବିଧା ଅସୁବିଧା ନେଇ ଆଲୋଚନା କରିଥିଲେ ।ଏଥିରେ ଗୌରହରି ପୋଲାଇ, ବନବାସ ପୋଲାଇ, ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ଅଙ୍ଗାରଗାଁ ର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ପାଇକପଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ପଟ୍ଟନାୟକ, ଶିକ୍ଷକ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଘଟଣାର ରୁ ପ୍ରକାଶ ଯେ ସନ୍ତୋଷ ବାରିକ ଏବଂ କୁନି ବାରିକ ଙ୍କ ପୁଅ ସିଦ୍ଧାର୍ଥ ବାରିକ (୬) ଆଜକୁ ପ୍ରାୟ ଦୁଇ ମାସ ପୂର୍ବରୁ ଏକ ଅଫୁଟା ବାଣ ଫୁଟି ଯିବାରୁ ସିଦ୍ଧାର୍ଥ ର ଡାହାଣ ହାତ ଖୀନଭିନ ହୋଇଯାଇ ଅବସ୍ଥା ଗୁରୁତର ହୋଇପଡିଥିଲା । ପିଲାଟିର ଡାହାଣ ହାତର ପାପୁଲି ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା । ସାଙ୍ଗେ ସାଙ୍ଗେ ତାକୁ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ଡାକ୍ତର ପାପୁଲିକୁ ସିଲେଇବା ପରେ ତାକୁ କଟକ ନେବା ପାଈଁ ପରାମର୍ଶ ଦେବା ପରେ ସେ ଏବେ କଟକ ସ୍ଥିତ ତ୍ରିସି ହସ୍ପିଟାଲ ଠାରେ ଚିକିତ୍ସିତ ହେଉଛି । ଟଙ୍କା ଅଭାବ ଥିବା ଯୋଗୁଁ ସେ ଧାର ଉଦ୍ଧାର କରିବା ସହ ସୁନା ବନ୍ଧକ ରଖି ତାକୁ ହସ୍ପିଟାଲ ରେ ଚିକିତ୍ସା କରୁଥିବା ନେଇ କାନ୍ଦି କାନ୍ଦି କହିଛନ୍ତି ସିଦ୍ଧାର୍ଥ ଙ୍କ ମା । ପିଲାର ବାପା ସନ୍ତୋଷ ସୁରଟ ରେ କାମ କରୁଥିବା ବେଳେ ମା କୁନି ତା ନିକଟରେ ରହି ଦେଖାଶୁଣା କରୁଛନ୍ତି ।ସିଦ୍ଧାର୍ଥ ଆଜି ନିଜ ଗାଁ କୁ ଆସିବା ପରେ ତାର ଚିକିତ୍ସା ପାଈଁ ସହଯୋଗର ହାତ ବଢାଇଛି ବିପଦ ର ବନ୍ଧୁ ଅନୁଷ୍ଠାନ । ଆଗକୁ ମଧ୍ୟ ସିଦ୍ଧାର୍ଥ ର ହାତ ଅସ୍ତ୍ରୋପଚାର ହେବ ବୋଲି ତା ମା କହିଛନ୍ତି । ଯେଉଁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ବିଶେଷ ମାନେ ସହଯୋଗ ର ହାତ ବଢେଇବା ପାଇଁ ଚାହୁଁଛନ୍ତି କୁନି ଙ୍କ ମୋବଇଲ୍ ନମ୍ବରରେ ଯୋଗାଯୋଗ କରି ସହଯୋଗ କରିପାରିବେ । ମୋବାଇଲ ନମ୍ବର – : ୮୬୫୮୭୦୯୨୮୩