ବ୍ରହ୍ମପୁର, ୧୦/୦୩/୨୦୨୧:ବିଶ୍ଵ ପ୍ରସିଦ୍ଧ ବ୍ରହ୍ମପୁର ର ମାଁ ବୁଢୀ ଠାକୁରାଣୀ ଙ୍କ ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଆୟୋଜିତ ହୋଇଥାଏ l ଗତ ଥର ଯାତ୍ରା ୩୧ ଦିନ ଧରି ଆୟୋଜନ କରାଯାଇଥିଲା l କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷ ଭଳି ହୋଇପାରିବ କି ନାହିଁ, ଏପରି ଆଶଙ୍କା ମଧ୍ଯରେ ଆଜି ଏଥିପାଇଁ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଯାଇଛି l ଆଜିର ବୌଠକ ରେ ଯାତ୍ରା ଆୟୋଜକ ଦେଶୀ ବେହେରା ଙ୍କ ସହ ସ୍ଥାନୀୟ ବୁଦ୍ଧିଜିବୀ ଭାଗ ନେଇଥିଲେ । ୨୧ ଦିନିଆ ଯାତ୍ରା ସହ ଘଟ ପରିକ୍ରମା ପାଇଁ ଆୟୋଜକ ପ୍ରସ୍ତାବ ଦେଇଥିବା ବେଳେ ଯାତ୍ରା ସଂକ୍ଷିପ୍ତ କରିବାକୁ ମହାନଗର ନିଗମ କମିଶନର କହିଛନ୍ତି। ଏହା ସହ ଚଳିତ ଥର ରଥ ଓ କଳାକୁଞ୍ଜ କୁ ମଧ୍ଯ ବାରଣ କରିଛନ୍ତି l ଘଟ ପରିକ୍ରମା ଓ ଯାତ୍ରା ର ଅବଧି ପରବର୍ତ୍ତୀ ସମୟରେ ନିର୍ଣ୍ଣୟ କରାଯିବ ଏବଂ ଯାତ୍ରା କମିଟି ଲିଖିତ ଆକାର ରେ କୋବିଡ଼ ନିୟମ ପାଳନ ନେଇ ପ୍ରତିଶ୍ରୁତି ପତ୍ର ଦାଖଲ କରିବେ ବୋଲି ବିଏମସି କମିଶନର୍ ସିଦ୍ଧେଶ୍ୱର ବଳିରାମ ବନ୍ଦୋର କହିଛନ୍ତିl ପ୍ରଶାସନ ନିୟମ ଅନୁସାରେ ଯାତ୍ରା ଆୟୋଜନ କରାଯିବ ବୋଲି ଆୟୋଜକ ଦେଶୀ ବେହେରା ଆଜି ସୁଚନା ଦେଇଛନ୍ତି।।
Home ବ୍ରହ୍ମପୁର ସ୍ପେଶାଳ ବିଶ୍ଵ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଯାତ୍ରା ସଂକ୍ଷିପ୍ତ କରିବାକୁ ବିଏମସି...