ଶ୍ରୀରାମ ନଗରରେ ଶବର ସମାଜର କୃଷକ ସମ୍ମିଳନୀ । ଲାଇନ୍ ଅଧିକାରୀଙ୍କ ସହ ଉତ୍ସାହ ଭରିଲେ ଜିଲ୍ଲାପାଳ ।

0
233

ବ୍ରହ୍ମପୁର,୧୦/୦୩/୨୦୨୧: ଆଦିବାସୀ ବହୁଳ ଅଞ୍ଚଳର ସାମଗ୍ରିକ ବିକାଶ ସହ ଜୀବନ ଜୀବିକାର ଅଧୋଗତି ନେଇ ସମାଜ ଚିନ୍ତିତ ରହିଥିବା ବେଳେ ସରକାରୀ ଯୋଜନାର ଅପହଞ୍ଚ ନେଇ ସମାଜ ଚିନ୍ତିତ ରହିଅଛି । ବ୍ୟାପକ ଜଙ୍ଗଲ କ୍ଷୟ , ଜଙ୍ଗଲ ଜମିର ଅଧିକାରରୁ ଆଦିବାସୀଙ୍କୁ ନିବୃତ କରାଇ ଜମି ମାଫିଆ ମାଲାମାଲ ହେଉଥିଲା ବେଳେ ନିରୀହ ଆଦିବାସୀ ଅଧୁନା ଜୀବିକା ଛାଡ଼ି ଦାଦନ ମୁହାଁ ହେଉଅଛି । ଶିକ୍ଷା ,ସ୍ବାସ୍ଥ୍ୟ , ଗମନାଗମନ ସହିତ ସରକାରଙ୍କ ଆନୁଷଙ୍ଗିକ ଜନ ହିତକାରୀ ଯୋଜନା ଆଦିବାସୀଙ୍କ ଜୀବନ ଧାରଣ ମନକୁ ଉନ୍ନତ କରିଥିଲେ ମଧ୍ୟ ପାରମ୍ପରିକ କୃଷିକ୍ଷେତ୍ରରେ ପଛୁଆ ରହିଅଛି । ଜଙ୍ଗଲଜାତ ସାମଗ୍ରୀର ଅବକ୍ଷୟ ଯୋଗୁଁ ସାଧାରଣ ଆଦିବାସୀ ଜୀବିକା ଶୂନ୍ୟ ହୋଇଅଛି । ଏହାକୁ ନଜରରେ ରଖି ଜିଲ୍ଲାର ଉପାନ୍ତ ଆଦିବାସୀ ଅଂଚଳ ଆଦିବାସୀ କୃଷକ ସମୁହଙ୍କୁ ଏକାଠି କରି ଏକ କୃଷକ ସମ୍ମିଳନୀ ଆୟୋଜନ କରିଅଛି ଶବର ସମାଜ । ସମାଜର ଉନ୍ନତି ପାଇଁ ମୌଳିକ ପାରମ୍ପରିକ ବେଉସା ବଦଳରେ ଆଧୁନିକ ସମୟର ଉପାଦାନକୁ ଆଦିବାସୀଙ୍କ ଠାରେ ପହଞ୍ଚାଇ ନିଜ ସଂସ୍କୃତି ଓ ପରମ୍ପରାକୁ ଜୀବିତ ରଖିବାକୁ ପ୍ରୟାସ ଜାରି ରଖିଛି ।

ଶହ ଶହ ଆଦିବାସୀ ମହିଳା ଓ ପୁରୁଷ ନିଜ ପାରମ୍ପରିକ ବେଶଭୂଷାରେ ଆଜି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଟି, ଗୋବିନ୍ଦପୁର ପଞ୍ଚାୟତର ଶ୍ରୀ ରାମ ନଗର ଠାରେ ଅନୁଷ୍ଠିତ କୃଷକ ସମ୍ମିଳନୀରେ ଏକତ୍ର ହୋଇଥିଲେ । ପାତ୍ରପୁର ,ଚିକିଟି , ଦିଗପହଣ୍ଡି , ସାନଖେମୁଣ୍ଡି , ଧରାକୋଟ ଆଦି ବ୍ଲକର ଆଦିବାସୀ ଚାଷୀନେତା ଓ ସମ୍ପ୍ରଦାୟ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ଏହି ବିଶାଳ କୃଷକ ସମାବେଶରେ ସମ୍ପ୍ରଦାୟର ସୁରକ୍ଷା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପୂର୍ବ ପ୍ରସ୍ତୁତି ସହ ଲାଇନ୍ ଅଧିକାରୀଙ୍କ ସହ ଗଞ୍ଜାମ ଜିଲ୍ଲାପାଳଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ସମ୍ପ୍ରଦାୟର ବିକାଶ ପାଇଁ ବିଭାଗୀୟ ଅଧିକାରୀଙ୍କ ସହାୟତା ଆଶା କରିଅଛି ।

ଶବର ସମାଜ ସଭାପତି ଶ୍ରୀ ଝାମ୍ପୁରା ବଡ଼ ରଇତଙ୍କ ପରିଯୋଜନା କ୍ରମରେ ଗଞ୍ଜାମ ଶବର ସମାଜ ଦ୍ଵାରା ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ପ୍ରଦାୟ ମୁଖିଆ ଶ୍ରୀ ଭାସ୍କର ଶବର ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଂଗେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଦୀପ ପ୍ରଜ୍ବଳନ ସହ ଅତିଥିଙ୍କ ପରିଚୟ ପ୍ରଦାନ ପରେ ଉପଢୌକନ ପ୍ରଦାନ କରି ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିଜ ବକ୍ତବ୍ୟରେ ଜିଲ୍ଲାପାଳ ମହୋଦୟ ସମ୍ମିଳନୀ ଅଯୋଜନକୁ ନେଇ ଖୁଡି ପ୍ରକଟ କରିବା ସହିତ ସମ୍ପ୍ରଦାୟର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ । ସର୍ବନିମ୍ନ ସ୍ତରରେ ରହିଥିବା ଏହି ସମାଜର ବିକାଶ ପାଇଁ ବିଭାଗୀୟ ଅଧିକାରୀଙ୍କ ମନଯୋଗିତାର ଆବଶ୍ୟକତାକୁ ଉପଲବ୍ଧି କରି ସେବା ପ୍ରଦାନକୁ ଗୁରୁତ୍ୱାରୋପ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ବିଡ଼ିଓ ସାନଖେମୁଣ୍ଡି ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡ,ଶ୍ରୀନିବାସ ବେହେରା , ଜିଲା କୃଷି ଉପ ନିର୍ଦ୍ଦେଶକ ଶ୍ରୀ ଭାସ୍କର ପଢ଼ି ପ୍ରମୁଖ ଉପସ୍ଥିତ ରହି ସମାଜର ବିକାଶ ପାଇଁ ଥିବା ସରକାରୀ ଯୋଜନାର ସଫଳତା ଏହି ବର୍ଗରୁ ପ୍ରଚଳନ କରାଇବାକୁ ନିଜନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସରପଞ୍ଚ ଶ୍ରୀ ମଙ୍ଗଳା ଗମାଙ୍ଗ , କୃଷ୍ଣଚନ୍ଦ୍ର ଗମାଙ୍ଗ , ଅରକ୍ଷିତ ମଣ୍ଡଳ ପ୍ରମୁଖଙ୍କ ସହ ସମାଜର ଛାମୁଆଁ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆୟୋଜନକୁ ସଫଳ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here