କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟରେ “ମୋ କଲେଜ” ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
459

ବ୍ରହ୍ମପୁର,୨୧/୦୩/୨୦୨୧ : ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ପ୍ରତ୍ୟେକ ଡିଗ୍ରୀ କଲେଜ ରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି କବିସୂର୍ଯ୍ୟ ନଗର ସ୍ଥିତ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପଟ୍ଟନାୟକ ଓ ମୋ କଲେଜ ସଂଯୋଜକ ରାମହରି ବିଶୋଇ ତତ୍ୱାବଧାନରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ କବିସୂର୍ଯ୍ୟ ନଗର ର ପୂର୍ବତନ ନଗର ପାଳ ମନୋରଞ୍ଜନ ମହାପାତ୍ର ,ନଗର ବିଜେଡି ସଭାନେତ୍ରୀ ତଥା ପୂର୍ବତନ ନଗର ପାଳିକା ଲଷ୍ମୀ ପ୍ରିୟା ସାହୁ,ନଗର ବିଜେଡି ସଭାପତି ଭଗବାନ ସ୍ୱାଇଁ, ଯୁବନେତା ବିକ୍ରାନ୍ତ କୁମାର ସାହୁ (ସିଲୁ),ଦିଲ୍ଲୀପ ସାହୁ ,ରସଲ ଦାସ, ପ୍ରଶ୍ନ ନାୟକ,ରାକେଶ ପ୍ରଧାନ,ପୂର୍ବତନ ଛାତ୍ର ସଂସଦ ର ସଭାପତି ଗଣେଶ ଡାକୁଆ, ସମ୍ପାଦକ ରାଜେନ୍ଦ୍ର ଖଟେଇ,ସମତେ ଅନେକ ପୂର୍ବତନ ଛାତ୍ର ବର୍ତ୍ତମାନର ଛାତ୍ର ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଭି.ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିଭାଷଣ ଶୁଣିବା ସହ ଆଗାମୀ ଦିନରେ କିଭଳି କଲେଜ ପ୍ରତି ସମସ୍ତ ପ୍ରକାର ସାହାଯ୍ୟ ସହାନୁଭୂତି ରହିବ ସେ ଉପରେ ମଧ୍ୟ ଆଲୋଚନା କରିଥିଲେ କଲେଜ ଅଧ୍ୟକ୍ଷ । ଆଜିର ଏହି କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here