ବୁଗୁଡାରେ “ମୋ କଲେଜ” ଅଭିଯାନ କାର୍ଯ୍ୟକ୍ରମ ।

0
199

ବୁଗୁଡା,୨୨/୦୩/୨୦୨୧: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱରା ଭିଡିଓ କନଫରେନ୍ସି ମାଧ୍ୟମରେ ମାର୍ଚ୍ଚ ୨୧ ତାରିଖ ଦିନ ” ମୋ କଲେଜ” ଅଭିଯାନର ଶୁଭାରମ୍ଭ ସହ ପୋର୍ଟାଲ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଦ୍ୱୟଙ୍କ ସହ ବୁଗୁଡା ପିପୁଲସ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ସାମ୍ବାଦିକ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ” ମୋ ସ୍କୁଲ ” ଅଭିଯାନରେ ସଫଳତା ମିଳିବା ପରେ “ମୋ କଲେଜ” ଅଭିଯାନ ଆରମ୍ଭ କରି ଓଡ଼ିଶାର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ସମସ୍ତ ବିଶ୍ୱବିଦ୍ୟାଳୟର ଉନ୍ନତି ହୋଇପାରିବ ବୋଲି ସରକାର ଆଶା କରିଛନ୍ତି। ବୁଗୁଡ଼ାରେ ପିପୁଲସ କଲେଜ ଅଧ୍ୟକ୍ଷ ରଜନୀକାନ୍ତ ଦାଶଙ୍କ ତତ୍ତ୍ୱାବଧାନରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବେ ପୋଲସରା ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ସରକାରୀ ଓକିଲ ରବୀନ୍ଦ୍ର କୁମାର ପଣ୍ଡା ଓ ପ୍ରାକ୍ତନ ଅଧ୍ୟାପକ ଡ଼ଃ. ପ୍ରଶାନ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଦାଶ ମହାବିଦ୍ୟାଳୟର ଅଧ୍ୟୟନ ରତ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ବିକାଶ ସହ କଲେଜର ମଧ୍ୟ ଉନ୍ନତି ହୋଇପାରିବ ବୋଲି ପ୍ରକାଶ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here